ଭାରତୀୟ ସେନାରେ ଲୋକବଳ କମ୍‌, ଆହୁରି ଦରକାର ୫୨ହଜାର ଯବାନ

ନୂଆଦିଲ୍ଲୀ: ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେ ପାଖରେ ଲୋକବଳ ନାହିଁ। ଭାରତୀୟ ସେନାରେ ଏଭଳି ପରିସ୍ଥିତି ଏବେ ଉପୁଜିଛି। ସେନାର ତିନି ମୁଖ୍ୟ ବିଭାଗ ସ୍ଥଳସେନା , ନୌସେନା ଓ ବାୟୁସେନାରେ ପାଖାପାଖି ୫୨ ହଜାର ଯବାନ କମ୍‌ ଥିବା ଜଣାପଡିଛି। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତରମଣ ଏନେଇ ରାଜ୍ୟସଭାରେ ସୂଚନା ଦେଇଛନ୍ତି। ସେ କହିଛନ୍ତି,-ସେନାର ତିନି ମୁଖ୍ୟ ବିଭାଗରେ ପ୍ରାୟ ୫୨, ୭୪୧ ଯବାନ କମ୍  ଅଛନ୍ତି।  ଯାହାକୁ ପୂରଣ କରିବା ପାଇଁ ପ୍ରସ୍ତୁତି ଚାଲିଛି।

ସେ ଆହୁରି କହିଛନ୍ତି,“ବର୍ତ୍ତମାନ ସ୍ଥଳ ସେନାରେ ସର୍ବମୋଟ୍ ୧୨ ଲକ୍ଷ ୧୬ ହଜାର ୨୪୭ ଯବାନ ଓ କର୍ମଚାରୀ ରହିବା କଥା। ଏବେ ୧୧ ଲକ୍ଷ ୯୪ ହଜାର ୮୬୪ ଜଣ ଅଛନ୍ତି।  ବାୟୁସେନାରେ ୧ ଲକ୍ଷ ୪୨ ହଜାରରୁ ୧ ଲକ୍ଷ ୨୭ ହଜାର ୫୧୯ ଯବାନ ଓ ନୌସେନାରେ ୭୧ ହଜାର ୨୧୪ରୁ ୫୬ ହଜାର ୨୧୪ ଜଣ ରହିଛନ୍ତି।”

ନିର୍ମଳା ସୀତରମଣ କହିଛନ୍ତି,“ସେନା ବିଭାଗରେ ଏଭଳି ସମସ୍ୟା ଦୂର ପାଇଁ ଆଗାମୀ ଦିନରେ ସେନାର ଯୋଗ ଦେବା ପାଇଁ ଚୟନ ପ୍ରକ୍ରିୟାକୁ ସରଳ କରିବା ସହ ସୋସିଆଲ ମିଡି‌ଆର ପ୍ରୟୋଗ କରାଯବା ଦରକାର।“

ଚଳିତ ବର୍ଷ ଗ୍ଲୋବାଲ ଫାୟାର ପାଓ୍ୱାର ପକ୍ଷରୁ ଜାରି କରାଯାଇଥିବା ବିଶ୍ୱର ଶକ୍ତିଶାଳୀ ସେନା ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିଲା।

 

Previous ArticleNext Article

Send this to a friend