ଏମାନଙ୍କ ରାସ୍ତାରେ କଣ୍ଟା ହେଲା ଜିଓ

Tarun-Mittal-1

ନୂଆଦିଲ୍ଲୀ: ଟେଲିକମ୍‌  ଜଗତରେ ଜିଓର ଏଣ୍ଟ୍ରି ପରେ ଅନ୍ୟ ପ୍ରତିଦ୍ୱନ୍ଦୀ କମ୍ପାନୀଗୁଡ଼ିକୁ ଜବରଦସ୍ତ ଝଟକା ଲାଗିଛି।  ବିଷେଶ  କରି  ଏୟାରଟେଲ୍‌, ଭୋଡାଫୋନ ଏବଂ ଆଇଡିଆ ସେଲୁଲାର କମ୍ପାନୀ ଗୁଡ଼ିକର ଅପ୍ରତ୍ୟାଶିତ ଭାବେ ମୋବାଇଲ ସବ୍‌ସ୍କ୍ରାଇବର ହ୍ରାସ ପାଇଛି। ଫଳରେ ଏମାନଙ୍କ ବେପାର ମାନ୍ଦା ହୋଇଛି।

ସେଲୁଲାର ଅପରେଟର ଆସୋସିଏସନର ତଥ୍ୟ ଅନୁଯାୟୀ ଗତ ଅକ୍ଟୋବର ମାସରେ ଏୟାରଟେଲ୍‌ର ସବ୍‌ସ୍କ୍ରାଇବର ୫ ପ୍ରତିଶତ ତଳକୁ ଖସିଯାଇଛି। ଅକ୍ଟୋବରରେ ଏୟାରଟଲ୍‌ର ଉପଭୋକ୍ତା ୨.୩୩ ନିୟୁତ ଥିବା ବେଳେ ନଭେମ୍ବରରେ ଏହା ୧.୦୮ ନିୟୁତକୁ ଖସିଯାଇଥିଲା। ତେବେ ଡିସେମ୍ବର ଏବଂ ଜାନୁୟାରୀରେ ଅଫର ଦେବା ପରେ କମ୍ପାନୀର ସ୍ଥିତି କିଛିଟା ସୁଧାର ଆସିଥିଲା।  ଏହି ସମୟରେ ଏୟାରଟେଲ୍‌ ପକ୍ଷରୁ  ୯୦୦୦ ଟଙ୍କାରେ ବର୍ଷେ ଫ୍ରି (ଡାଟା ଏବଂ କଲିଂ)ଘୋଷଣା କରାଯାଥିଲା।

କିନ୍ତୁ ଫେବୃୟାରୀରେ ପୁଣି ଖସିଯାଇଥିଲା। ସେହି ମାସରେ ସବ୍‌ସ୍କ୍ରାଇବର ସଂଖ୍ୟା ୩.୫୫ ନିୟୁତରୁ ୧.୨୫ ନିୟୁତକୁ ଖସିଯାଇଥିଲା। ସେହିପରି ଅକ୍ଟୋବର ମାସରେ ଭୋଡାଫୋନ ୭୫ ପ୍ରତିଶତ ବୃଦ୍ଧି ପାଇ ୧.୭୧ରେ ପହଞ୍ଚି ଥିଲା।  କିନ୍ତୁ ହଠାତ ୧.୫ ନିୟତକୁ ହ୍ରାସ ପାଇଯାଥିଲା।  ସେହିପରି ଆଇଡିଆ ସେଲୁଲାରରେମଧ୍ୟ ସବ୍‌ସ୍କ୍ରାଇବର ସଂଖ୍ୟା  ହ୍ରାସ ପାଇଛି।

SHARE THIS

RELATED ARTICLES

LEAVE COMMENT