ଜିଓର ‘ଧନ ଧନା ଧନ’ ଅଫର୍‌ ଅବଧି ଆଉ ଗୋଟିଏ ଦିନ ବଢ଼ିଲା, ଆଜି ଶେଷ ସୁଯୋଗ

jio

ନୂଆଦିଲ୍ଲୀ: ଆପଣ ରିଲାଏନ୍ସ ଜିଓର ‘ଧନ ଧନା ଧନ’ ଅଫର୍‌ର ଲାଭ ଉଠାଇ ପାରି ନାହାନ୍ତି କି? ତା’ହେଲେ ମନଦୁଃଖ କରନ୍ତୁ ନାହିଁ। ଆପଣମାନଙ୍କୁ ଜିଓ ଦେଇଛି ଆଉ ଏକ ସୁଯୋଗ। କଂପାନୀ ଏହି ଅଫରର ମିଆଦ ଏକ ଦିନ ବଢ଼ାଇ ଦେଇଛି। ଅର୍ଥାତ ଯେଉଁ ଜିଓ ଗ୍ରାହକମାନେ ୧୫ ଏପ୍ରିଲ୍ ଅର୍ଥାତ ଗତକାଲି ସୁଦ୍ଧା ୩୦୯ ଅବା ୫୦୯ ଟଙ୍କାରେ କୌଣସି ରିଚାର୍ଜ କରି ନ ଥିଲେ ସେମାନଙ୍କୁ ଆଜି ସମୟ ଦିଆଯାଇଛି। ଏନେଇ ଆଜି ଜିଓ ପକ୍ଷରୁ ଏହାର ଗ୍ରାହକମାନଙ୍କୁ ଆଲର୍ଟ ମେସେଜ୍ କରାଯାଇଥିଲା।

୯୯ ଟଙ୍କା ରିଚାର୍ଜ କରି ଜିଓର ପ୍ରାଇମ୍ ମେମ୍ବରସିପ୍‌ ହୋଇଥିବା ଗ୍ରାହକମାନେ ଧନ ଧନା ଧନ ଅଫର୍ ଅନୁଯାୟୀ ୩୦୯ ଟଙ୍କା ରିଚାର୍ଜ କରିଥିଲେ ପ୍ରତିଦିନ 1GB 4G ଡାଟା, ଫ୍ରି କଲିଂ, ଜିଓ ଆପ୍ସ ଓ ୧୦୦ଟି ଏସ୍‌ଏମ୍‌ଏସ୍‌ର ମାଗଣା ସୁବିଧାର ଆନନ୍ଦ ନେଇପାରିବେ। ସେହିଭଳି ୫୦୯ ଟଙ୍କା ରିଚାର୍ଜ କରିଥିଲେ ଡାଟା ଲିମିଟ୍ ଦୁଇ ଗୁଣା ହୋଇଯିବ। ଅର୍ଥାତ ୮୪ ଦିନ ପର୍ଯ୍ୟନ୍ତ 2GB 4G ଡାଟା ପ୍ରତ୍ୟେହ ମାଗଣାରେ ମିଳିବ।

Previous ArticleNext Article

Send this to a friend