ଏମିତି ରିଜାର୍ଜ କଲେ ମିଳିବ ୭୯୯ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ : ୨୫୦୦ ଟଙ୍କାର ହୋଟେଲ ଭାଉଚର

jio image

ପୁଣି ଥରେ ଜିଓ ତାର ପ୍ରାଇମ ମେମ୍ବରଙ୍କ ପାଇଂ ଆଣିଛି ନୂଆ ଅଫର୍। ଏହି ଅଫର ୩୯୮ କିମ୍ବା ତା’ଠୁ ଅଧିକ ଟଙ୍କା ରିଚାର୍ଜ କଲେ ମିଳିବ। ଅଫର ଅନୁଯାୟୀ  ଭାଉଚର, ୱାଲେଟ୍‌ କ୍ୟାସ୍ ବ୍ୟାକ୍ ଭାବେ ୭୯୯ ଟଙ୍କା ପର୍ଯ୍ୟନ୍ତ ଫାଇଦା ମିଳିବ। ଏହି ଅଫର ଆସନ୍ତା ଫେବୃଆରୀ ୧୫ ତାରିଖ ପର୍ଯ୍ୟନ୍ତ ଲାଗୁ ହେବ।

ଜିଓ କ୍ୟାସବ୍ୟାକ୍ ଅଫର ଅନୁଯାୟୀ ଗ୍ରାହକମାନଙ୍କୁ  ୮ଟି ୫୦ ଟଙ୍କିଆ ଭାଉଚର ମିଳିବ। ଏହି ଭାଉଚର ୩୯୮ଟଙ୍କା କିମ୍ବା ତା’ଠୁ ଅଧିକ ଟଙ୍କା ରିଚାର୍ଜରେ ଦିଆଯିବ। ଏହି ଭାଉଚରଟିକୁ ଆପଣ ପରବର୍ତ୍ତୀ ରିଚାର୍ଜ ସମୟରେ ବ୍ୟବହାର କଲେ ୫୦ ଟଙ୍କା କମ୍‌ ହୋଇଯିବ ଓ ୩୯୯ ଟଙ୍କାକ୍ୟାସବ୍ୟାକ ଦିଆଯିବ। ଗ୍ରାହକମାନଙ୍କୁ ଏହି କ୍ୟାସବ୍ୟାକ୍ ଅଲଗା ଅଲଗା ମୂଲ୍ୟରେ MobiKwik, Paytm, Amazon Pay , PhonePe, Freecharge ଏବଂ Axis Pay ତରଫରୁ ଦିଆଯିବ। ଏହା ବ୍ୟତୀତ ଯଦି ଆପଣ ୩୯୮ ଟଙ୍କା କିମ୍ବା ତା’ଠୁ ଅଧିକ ଟଙ୍କାର ରିଚାର୍ଜ MobiKwik ୱାଲେଟ୍ ଜରିଆରେ କରିବେ ତେବେ ଆପଣଙ୍କୁ ୨,୫୦୦ ଟଙ୍କା ପର୍ଯ୍ୟନ୍ତ ହୋଟେଲ ଭାଉଚର ମିଳିବ। ସେହିପରେ Paytm ବ୍ୟବହାରକାରୀମାନଙ୍କୁ ପ୍ରଥମ ଥର ମୁଭି ଟିକେଟ୍ ବୁକ୍ କଲେ ୧୫୦ ଟଙ୍କା ପର୍ଯ୍ୟନ୍ତ ୫୦ ପ୍ରତିଶତ କ୍ୟାସବ୍ୟାକ୍ ମିଳିବ।

 

Previous ArticleNext Article

Send this to a friend