ଯୋଗୀଙ୍କୁ ଜେଲ ପଠାଇଥିବା ବାବୁଙ୍କ ଏକି ଦଶା

ppppp-1

ନୂଆଦିଲ୍ଲୀ: କ୍ଷମତାରେ ଥିଲେ କେହି କେହି ଇନ୍ଦ୍ରଚନ୍ଦ୍ର ମାନନ୍ତିନି। ପୋକମାଛି ପରି ବ୍ୟବହାର କରନ୍ତି। ଆଉ ଏହି ଶକ୍ତିକୁ ଅପବ୍ୟବହାର କରି ଅନ୍ୟକୁ  ନିର୍ଯାତନା ଜାଲରେ ଷଢାନ୍ତି। ହେଲେ ସମୟର ଖେଳ ବଡ଼ ବିଚିତ୍ର।  ଏହି ସମୟ ହିଁ ଖେଳିଥାଏ ଶୁଭ ଅଶୁଭର ଖେଳ। ଏଠି ରଥୀମହାରଥୀ ମଧ୍ୟ ହାରମାନିଯାଆନ୍ତି।  ଏହି ସମୟ ସୁଅରେ କିଏ କେତେବେଳେ କେଉଁଠି ପହଞ୍ଚିବ ତାହା କହିବା କାଠିକରପାଠ। ସେମିତି କିଛି ଶୁଭସମୟ ଏବେ ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ଚାଲିଛି।  ଆଜକୁ ୧୦ ବର୍ଷ ତଳେ ଯୋଗୀଙ୍କ ସମୟ ଭଲ ନ ଥିଲା। ସେତେବେଳେ ତାଙ୍କୁ ଅନେକ ହଇରାଣ କରାଯାଇଥିଲା।

ଏବେ ସେ ଗୋଟି ଗୋଟି କରି  ହିସାବ ନେଉଛନ୍ତି। ଏବେ ଯୋଗୀଙ୍କ ସରକାର ଆସିବା ପରେ ଆଇଏଏସ୍‌ ଅଫିସରଙ୍କ ବଦଳି ଚାଲଛି।  ନିକଟରେ ଯୋଗୀ ୨୦ ଜଣ ଆଏସ ଅଫିସରଙ୍କୁ ବଦଳି କରିଛନ୍ତି। ସେମାନଙ୍କ ମଧ୍ୟରୁ ୯ ଜଣ ଏମିତି ଅଛନ୍ତି ଯାହାକୁ କୌଣସି ବିଭାଗର ଦାୟିତ୍ୱ ଦିଆଯାଇନାହିଁ।  ସେଇ ୯ ଜଣଙ୍କ ମଧ୍ୟରୁ ଜଣେ ବାବୁ ହେଉଛନ୍ତି ଡା.ହରି ଓମ। ଯିଏ ୧୦ ବର୍ଷ ପୂର୍ବ ଏହି ଯୋଗୀଆଦିତ୍ୟନାଥଙ୍କୁ  ଗିରଫ କରି ଜେଲ ପଠାଇଥିଲେ। ୨୬ ଜାନୁଆରୀ ୨୦୦୭ର ଘଟଣା । ସେତେବେଳେ ଗୋରଖପୁରରେ ସାମ୍ପ୍ରଦାୟିକ ଅଶାନ୍ତିର ବାତାବରଣ ଖେଳିଯାଇଥାଏ। ମୁଲାୟମ ଯାଦବଙ୍କ ସରକାର ଥାଏ। ସାମ୍ପ୍ରଦାୟିକ ଅଶାନ୍ତିକୁ ବିରୋଧ କରି

ସେତେବେଳେ ସାଂସଦ ଥିବା ଯୋଗୀ ଧାରଣା ଦବାକୁ ଘୋଷଣା କରିଥିଲେ। ପୂରା ସହରରେ କର୍ଫ୍ୟୁ ଜାରି କରାଯାଥିଲା।  ହେଲେ ଗୋରଖପୁରରେ ପ୍ରବେଶ ପୂର୍ବରୁ ଏହି ଆଏସ ଅଫିସର ଡା.ହରି ଓମ ଯୋଗୀଙ୍କୁ ଗିରଫ କରି ଜେଲ ଭିତରେ ଭର୍ତ୍ତି କରିଥିଲେ।

Previous ArticleNext Article

Send this to a friend