ଅଦ୍ଭୁତ ନ୍ୟାୟ ବ୍ୟବସ୍ଥା :ମଣିଷ ମାରିଲେ୨ ବର୍ଷ ଜେଲ, ଗୋରୁ ମାରିଲେ ୧୪ ବର୍ଷ: ବିଚାରପତି ଅସହାୟ

justice

ନୂଆଦିଲ୍ଲୀ: ଭାରତରେ ନ୍ୟାୟ ପ୍ରକ୍ରିୟା ଯେତିକି ଜଟିଳ ତା’ଠାରୁ ନ୍ୟାୟ ବ୍ୟବସ୍ଥା ଅଧିକ ବିଚିତ୍ର। ନୀତିନିୟମ ଆଇନକାନୁନ୍ ଏଠି ସବୁ କିଛି ଅଜବ। ଏହି ଅଦ୍ଭୁତ ଆଇନ ବ୍ୟବସ୍ଥାକୁ ନେଇ ବେଳେ ବେଳେ  ବିଚାରପିତି ମଧ୍ୟ ବିଚଳିତ ହୋଇପଡ଼ନ୍ତି। ଉଦାହରଣ ସୂରୁପ ଗୋ ହତ୍ୟା କଲେ କଠୋର ଦଣ୍ଡ କିନ୍ତୁ ମଣିଷ ମାରିଲେ କୋହଳ ଦଣ୍ଡ ବ୍ୟବସ୍ଥା ରହିଛି।  ଏହାକୁ  ନେଇ ଦିଲ୍ଲୀର ଜଣେ ବିଚାରପତି କ୍ଷୋଭ ପ୍ରକାଶ କରିଛନ୍ତି। ଆଇନ ବ୍ୟବସ୍ଥାରେ ଗୋ ହତ୍ୟା କଲେ ୫ରୁ ୭ ସହ ସର୍ବାଧିକ ୧୪ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ରହିଛି।  ହେଲେ ଦୁର୍ଘଟଣା ଘଟାଇ ମଣିଷ  ମାରିଲେ ମାତ୍ର ୨ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡାଦେଶ ରହିଛି। ଏକ୍ କାର ଦୁର୍ଘଟଣାଜନିତ ମୃତ୍ୟୁ ଘଟିଥିବା ଜଣେ ପୀଡ଼ିତଙ୍କ ପରିବାରକୁ ନ୍ୟାୟ ଦେବାକୁ ଯାଇ ସମ୍ପୃକ୍ତ ବିଚାରପତି ଜଣକ ଅସହାୟ ପ୍ରକାଶ କରିଛନ୍ତି। ଆଇନ ବ୍ୟବସ୍ଥା ଅନୁଯାୟୀ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ୨ ବର୍ଷରୁ ଅଧିକ ଦଣ୍ଡ ଦେଇପାରି ନାହାନ୍ତି ବିଚାରପତି। ଏହି ଘଟଣାରେ ଅତିରିକ୍ତ ସେସନ୍‌ ଜଜ୍‌ ସଞ୍ଜିବ କୁମାର  ମଧ୍ୟ ଦୁଃଖ ପ୍ରକାଶ କରିଚନ୍ତି।

ଘଟଣା ଅନୁଯାୟୀ, ୨୦୦୮ରେ ହରିୟାନାର ଜଣେ ଶିଳ୍ପପତିଙ୍କ ପୁଅ ଦକ୍ଷିଣ ଦିଲ୍ଲୀରେ ବିଏମଡବ୍ଲ୍ୟୁ ଚଲାଉ ଥିବା ବେଳେ ତାଙ୍କ ଗାଡ଼ି ଧକ୍କାରେ ଜଣେ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଥିଲା ବେଳେ ଆଉ ଜଣେ ଆହତ ହୋଇଥିଲେ। ମୃତକ ଜଣକ ଅଞ୍ଜୁ ଚୌହାନ ହୋଇଥିବା ବେଳେ ଆହତ ଜଣକ ମ୍ରିଗଙ୍କ ଶ୍ରୀବାସ୍ତବ ଥିଲେ।

ଏଥିରେ ପୀଡ଼ିତଙ୍କ ପରିବାର ନ୍ୟାୟ ପାଇଁ କୋର୍ଟରେ ଦ୍ୱାରସ୍ଥ ହୋଇଥିଲେ। ଏହି ଘଟଣାରେ ୩୦ ବର୍ଷୀୟ ଉତ୍ସବ ଭାସିନ ନାମକ ଜଣେ ଯୁବକଙ୍କୁ କୋର୍ଟ ଦୋଶୀ ସାବ୍ୟସ୍ତ କରିଥିଲେ। କ୍ଷତିପୂରଣ ବାବଦରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଏବଂ ଆହତଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ସମ୍ପୂର୍ଣ୍ଣ ଶୁଣାଣି ହୋଇ ନ ଥିଲେ।ତେବେ ଗତ ଶନିବାର କୋର୍ଟ ଅଭିଯୁକ୍ତଙ୍କୁ  ୨ ବର୍ଷ ଜେଲ ଦଣ୍ଡ ଶୁଣାଇଲେ ବେଳେ କ୍ଷୋଭ ପ୍ରକାଶ କରିଥିଲେ। ଏପରି ଆଇନ ବ୍ୟବସ୍ଥାରେ ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଜଜ୍‌ମେଣ୍ଟର କପି ନକଲ ପଠାଇବେ ବୋଲି କହିଛନ୍ତି।

Previous ArticleNext Article

Send this to a friend