ପଥ ପରିଷ୍କାର; ଜୁଲାଇ ୧ରୁ ଲାଗୁ ହୋଇପାରେ ଜିଏସଟି

arunjaitely

ନୂଆଦିଲ୍ଲୀ: ଜୁଲାଇ ୧ରୁ ଜିଏସଟି ବା ଗୁଡ଼ସ ଏଣ୍ଡ ସର୍ଭିସେସ୍‌ ଟ୍ୟାକ୍ଯ ଲାଗୁ କରିବା ନେଇ ପଥ ପରିଷ୍କାର ହୋଇଯାଇଛି। ଗତକାଲି ଜିଏସଟି କାଉନସିଲ ବୈଠକରେ ନୂଆ ବ୍ୟବସ୍ଥା ଲାଗୁ କରିବା ନେଇ ବାକିଥିବା ଆଉ ୨ଟି ଡ୍ରାଫ୍ଟ ବିଲକୁ ମଞ୍ଜୁରୀ ମିଳିଛି। ଏହି ଦୁଇଟି ହେଉଛି ୟୁନିୟନ ଟେରିଟରୀ ଏବଂ ଷ୍ଟେଟ୍‌ ଜିଏସଟି ଡ୍ରାଫ୍ଟ ବିଲ୍‌।

ପୂର୍ବରୁ ଇଣ୍ଟିଗ୍ରେଟେଡ୍‌ ଜିଏସଟି ଏବଂ ସେଣ୍ଟ୍ରାଲ ଜିଏସଟି ବିଲକୁ କାଉନସିଲ ମଞ୍ଜୁରୀ କରି ସାରିଛି। ଏହି ଡ୍ରାଫ୍ଟ ବିଲ କ୍ୟାବିନେଟ ମଞ୍ଜୁରୀ ପାଇଁ ଅପେକ୍ଷାରେ ରହିଛି। କ୍ୟାବିନେଟ ମୋହର ବାଜିସାରିଲା ପରେ ଏହାକୁ ଚଳିତ ବଜେଟ ଅଧିବେଶନରେ ଉପସ୍ଥାପନ କରାଯିବ।

ଗତକାଲି ଅର୍ଥମନ୍ତ୍ରୀ  ଅରୁଣ ଜେଟଲୀଙ୍କ ଅଧ୍ୟକ୍ଷତାରେ ଜିଏସଟି କାଉନସିଲ ବୈଠକ ବସିଥିଲା।

Previous ArticleNext Article

Send this to a friend