ମହାଭିଯୋଗ ପ୍ରସ୍ତାବ କାଟ ଖାଇବା ପରେ ଜାଣନ୍ତୁ କଂଗ୍ରେସ ଓ ବିଜେପିର ମତ କ’ଣ ?

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ନାଁରେ ଆସିଥିବା  ମହାଭିଯୋଗ ପ୍ରସ୍ତାବକୁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଖାରଜ କରିଦେଇଛନ୍ତି। ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ଆସିଥିବା ଏହି ପ୍ରସ୍ତାବ ନେଇ ବିରୋଧୀଙ୍କ ପକ୍ଷରୁ ଦିଆଯାଇଥିବା ନୋଟିସକୁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏଥିରେ ଯଥାର୍ଥତା ନଥିବା  କରିଦେଇଛନ୍ତି ।  ଉପରାଷ୍ଟ୍ରପତିଙ୍କୁ ୭୧ ଜଣ ସାଂସଦଙ୍କ ସ୍ୱାକ୍ଷର ସମ୍ବଳିତ ଏହି ନୋଟିସ ଦିଅାଇଥିଲା। ତେବେ ଉପରାଷ୍ଟ୍ରପତି ଏହାକୁ ଖାରଜ କରିଦେବା ପରେ ଏହାକୁ ନେଇ ରାଜନୀତିରେ ସରଗରମ ହୋଇଛି। ଏହି ଘଟଣାରେ ବିଭିନ୍ନ ଦଳ ପକ୍ଷରୁ ଭିନ୍ନ ଭିନ୍ନ ପ୍ରତିକ୍ରୀୟା ପ୍ରକାଶ ପାଇଛି। ଆସନ୍ତୁ ଜାଣିବା ଏହି ମାମଲାରେ କାହା ମତ କ’ଣ?

ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା କପିଲ ଶିବଲ କହିଛନ୍ତି ଯେ, ଦଳ ପକ୍ଷରୁ ଏନେଇ ସୁପ୍ରିମକୋର୍ଟରେ ଆବେଦନ କରାଯିବ। ତେବେ ଏହି ମାମଲାରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ର ହସ୍ତକ୍ଷେପ ନକରିବାକୁ ଅନୁରୋଧ କରାଯିବ ବୋଲି ସେ କହିଛନ୍ତି। ଏଥିରେ କୋର୍ଟ ଯାହା ନିଷ୍ପତ୍ତି ନେବେ ଆମେ ତାକୁ ଗ୍ରହଣ କରିନେବୁ ବୋଲି  ସେ କହିଛନ୍ତି। କପିଲଙ୍କ ମନ୍ତବ୍ୟ ଉପରେ ବିଜେପି ନେତ୍ରୀ ମିନାଖି ଲେଖୀ ମନ୍ତବ୍ୟ ରଖିଛନ୍ତି। ମିନାଖି କହିଛନ୍ତି ଗଣତନ୍ତ୍ରକୁ ଦୋହଲାଇବାର ଇତିହାସ କଂଗ୍ରେସର ରେକର୍ଡ଼ ରହିଛି। ତେଣୁ ଏଥିରେ କାହାରି ସନ୍ଦେହ ରହିବା ଉଚିତ୍‌ ନୁହଁ।

ଏ ସମ୍ପର୍କରେ ବିଜେପି ଏମପି ସୁବ୍ରମନ୍ୟମ ସ୍ୱାମୀ କହିଛନ୍ତି ଯେ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଠିକ୍‌। ଶିବସେନ ନେତା କହିଛନ୍ତି ଏହି ଘଟଣାରେ ଉଭୟ କଂଗ୍ରେସ ଓ ବିଜେପି ରାଜନୀତି କରୁଛନ୍ତି। ମହାଭିଯୋଗ ପ୍ରସଙ୍ଗରେ ଉପରାଷ୍ଟ୍ରପତି ଏତେ ତରବରିଆ ନିଷ୍ପତ୍ତି ନେବା କ’ଣ ଜରୁରୀ ଥିଲା ବୋଲି ଶିବସେନା ନେତା ଅରବିନ୍ଦ ସାୱନ୍ତ ପ୍ରଶ୍ନ କରିଛନ୍ତି। କଂଗ୍ରେସ ମୁଖପାତ୍ର ଆରଏସ ସୁରଜେୱାଲା କହିଛନ୍ତି ଯେ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ।  ମହାଭିଯୋଗ ପ୍ରସଙ୍ଗରେ ଉପରାଷ୍ଟ୍ରପତି ଖାରଜ କରିପାରିବେ ନାହିଁ। ଏ ସମ୍ପର୍କରେ ଦଳ ଆଇନ ବିଶେଷଜ୍ଞ ସହ ଆଲୋଚନା କରିବ ।  ସେ କହିଛନ୍ତି ଯେ, ମହାଭିଯୋଗ ପ୍ରସଙ୍ଗରେ ସାମ୍ବିଧାନିକ ପ୍ରକ୍ରିୟା ଅନୁଯାୟୀ ଅନୁନ୍ୟ ୫୦ ଏମପିଙ୍କ ସମର୍ଥନ ଆବଶ୍ୟକ।

କିନ୍ତୁ ଏହି ମାମଲାରେ ୬୪ ଜଣ ଏମପିଙ୍କ ଦସ୍ତଖତ ସମ୍ବଳିତ ଆବେଦନପତ୍ର ଦିଆଯାଇଥିଲା। ତେଣୁ ଖାରଜ କରିବାର କୌଣସି କାରଣ ନଥିଲା। ସେହିପରି କଂଗ୍ରେସ ନେତା ପୁନମୱାଲା କହିଛନ୍ତି ଯେ, ଏହି ମାମଲାରେ କଂଗ୍ରେସ ସୁପ୍ରିମକୋର୍ଟ ଯିବ ବୋଲି ନିଷ୍ପତ୍ତି ନେଇଛନ୍ତି। ଯଦି ଏମପିମାନେ ଏହି ମାମଲାରେ ଭେଙ୍କୟା ନାଇଡୁଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଯାଆନ୍ତି ତେବେ ମାନନୀୟ ପ୍ରଧାନ ବିଚାରପତି ଦୀପକ ମିଶ୍ର ଏହି ମାମଲାର ଶୁଣାଣି କରିପାରିବେ ନାହିଁ। ଏହାକୁ ସେ ଅନ୍ୟ ବେଞ୍ଚକୁ ସ୍ଥାନାନ୍ତର କରିବେ।  ଏହି ମାମଲାକୁ ବରିଷ୍ଠତା ଭିତ୍ତିରେ ବିଚାରପତି ଶୁଣାଣି କରିବେ ବୋଲି ସେ ଟ୍ୱିଟ୍‌ କରିଛନ୍ତି।

 

Previous ArticleNext Article

Send this to a friend