ଆସନ୍ତା କାଲି କେଜ୍ରିୱାଲଙ୍କ ଭ୍ରଷ୍ଟାଚାରର ବଡ ଖୁଲାସା କରିବେ କପିଲ: ଦିନ ୧୧ଟାରେ ଦେଖିବାକୁ କଲେ ପ୍ରାର୍ଥନା

kejriwal_kapil__760_1495122395_749x421

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଫିଛା ଛାଡୁନି ବିବାଦ। ଦିନକୁ ଦିନ କେଜ୍ରିୱାଲଙ୍କ ଉପରେ ନୂଆ ନୂଆ ଅଭିଯୋଗ ଆଣି ଚର୍ଚ୍ଚାରେ ଏବେ ଦିଲ୍ଲୀର ପୂର୍ବତନ ମନ୍ତ୍ରୀ କପିଲ ମିଶ୍ରା। ଆସନ୍ତା କାଲି ଆଉ ଏକ ବଡ ଖୁଲାସା କରିବେ ବୋଲି କପିଲ ଟ୍ୱିଟର୍‌ ମାଧ୍ୟମରେ କହିଛନ୍ତି। ସେ ସମସ୍ତ ଆପ୍‌ର କର୍ମକର୍ତ୍ତାଙ୍କୁ ଅନୁରୋଧ କରି କହିଛନ୍ତି ଯେ ଆସନ୍ତା କାଲି ୧୧ଟା ସମୟରେ ସେ କେର୍ଜିୱାଲଙ୍କ ଭ୍ରଷ୍ଟାଚାରର ଆଉ ଏକ ବଡ ଖୁଲାସା କରିବାକୁ ଯାଉଛନ୍ତି। ଏହାକୁ ସମସ୍ତେ ଦେଖିବା ପାଇଁ ସେ ପ୍ରାର୍ଥନା କରି କହିଛନ୍ତି। କେଜ୍ରିୱାଲଙ୍କ ଭ୍ରଷ୍ଟାଚାରର ଆଉ ଏକ ଫର୍ଦ୍ଦ ଆସନ୍ତା କାଲି ଜୋଡି ହେବ, ଆସନ୍ତା କାଲି ନେକ୍ସଅସ୍‌ ଓ ହାୱାଲା ଅପରେଟର୍ସ୍‌ ଦୂର୍ନୀତିର ପର୍ଦ୍ଦାଫାସ୍‌ କରିବାକୁ ଯାଉଥିବା ସେ କହିଛନ୍ତି।

News Picture Courtesy – aajtak

Previous ArticleNext Article

Send this to a friend