କାଠୁଆ ଗଣଦୁଷ୍କର୍ମ ପାଇଁ ରାଜରାସ୍ତାରେ ସାମାଜିକ ସଂଗଠନ କର୍ମକର୍ତ୍ତା

ଜମ୍ମୁ:  ଜାମ୍ମୁ କାଶ୍ମୀର କାଠୁଆରେ ୮ ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ଜୋର ଧରିଛି ଆନ୍ଦୋଳନ।  ରାଜଧାନୀ ଦିଲ୍ଲୀରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ବିଭିନ୍ନ ସାମାଜିକ ସଂଗଠନ କର୍ମକର୍ତ୍ତା । ଘଟଣାରେ ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଟ୍ୱିଟ  କରିଛନ୍ତି ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଭି. କେ. ସିଂହ। ନାବାଳିକା ଗଣଦୁଷ୍କର୍ମ ମାମଲାରେ କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ ଦାଖଲ ନେଇ ମଧ୍ୟ ବିବାଦ ସୃଷ୍ଟି ହୋଇଛି । ଜମ୍ମୁ କୋର୍ଟରେ କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ ଦାଖଲ କରିବା ବେଳେ ଆଇନଜୀବୀ ବିରୋଧ କରିଥିଲେ ।  ସେମାନେ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କୁ ଚାର୍ଜସିଟ୍ ଦାଖଲ କରିବାକୁ କରିବାକୁ ଦେଇ ନ ଥିଲେ । ମାମଲାର ସିବିଆଇ ତଦନ୍ତ ଦାବି କରିଛି ଜମ୍ମୁ ବାର ଆସୋସିଏସନର କର୍ମକର୍ତ୍ତା । ଅନ୍ୟପଟେ ମାମଲାରେ ଦୋଷୀଙ୍କୁ କଡା ଦଣ୍ଡବିଧାନ ହେବ ବୋଲି ଆଶ୍ୱାସନା  ଦେଇଛନ୍ତି ଜାମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି।

Previous ArticleNext Article

Send this to a friend