କାଠୁଆ ଦୁଷ୍କର୍ମ ମାମଲା: ଅନ୍ୟ ରାଜ୍ୟକୁ ମାମଲା ସ୍ଥାନାନ୍ତର ଲାଗି ସୁପ୍ରିମକୋର୍ଟରେ ଆବେଦନ କରିବେ ପୀଡ଼ିତାଙ୍କ ପରିବାର

ନୂଆଦିଲ୍ଲୀ: କାଠୁଆ ଦୁଷ୍କର୍ମର ବିଚାର ଜମ୍ମୁ କାଶ୍ମୀର ବାହାରେ କରାଯାଉ । ସୁପ୍ରିମକୋର୍ଟଙ୍କ ପାଖରେ ଏହି ଆବେଦନ କରିବାକୁ ପ୍ରସ୍ତୁତ ହେଉଛନ୍ତି ପୀଡ଼ିତାଙ୍କ ପରିବାର।  ଜମ୍ମୁରେ ଯେମିତି ପରିସ୍ଥିତି ଅଛି ଏବଂ ଓକିଲ ସଂଘ ଯେମିତି ବିଚାର ପ୍ରକ୍ରିୟାରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା  କରୁଛି, ତାକୁ ଦେଖି ଏଠାରେ ନ୍ୟାୟ ମିଳିବ ନାହିଁ ବୋଲି ପୀଡ଼ିତାଙ୍କ ପରିବାର କହିଛନ୍ତି।  ତେଣୁ ମାମଲାକୁ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରାଯିବ ବୋଲି କହିଛନ୍ତି ପୀଡ଼ିତାଙ୍କ ପରିବାରର ଓକିଲ।  ସେମାନେ କାଠୁଆ ଅଞ୍ଚଳ ଛାଡ଼ି ପଳାଇଛନ୍ତି । ଗଣଦୁଷ୍କର୍ମ ଘଟଣା ପରେ ସେହି ଅଞ୍ଚଳରେ ରହିବାକୁ ସେମାନେ ସୁରକ୍ଷିତ ମଣୁ ନ ଥିଲେ । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଓକିଲ। ସେପଟେ ଏହି ଦୁଷ୍କର୍ମ ମାମଲାର ଅଭିଯୁକ୍ତଙ୍କୁ ସମର୍ଥନ କରି ମନ୍ତ୍ରୀ ପଦ ହରାଇଥିବା ଚୌଧୁରୀ ଲାଲ ସିଂହ କହିଛନ୍ତି, କାଠୁଆ ଦୁଷ୍କର୍ମ ମାମଲାର ସିବିଆଇ ତଦନ୍ତ ଦେବା ଦରକାର । ଏହା ଦ୍ୱାରା ସତ ପଦାକୁ ଆସିବ । ଏହା ସହିତ ଲାଲ ସିଂହ କହିଛନ୍ତି, ନୈତିକତା ଆଧାରରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।

Previous ArticleNext Article

Send this to a friend