ତେଜୁଛି କାଠୁଆ ନାବାଳିକା ଗଣଦୁଷ୍କର୍ମ ଘଟଣାର ଆନ୍ଦୋଳନର ସ୍ୱର

ଶ୍ରୀନଗର: ଜମ୍ମୁ-କାଶ୍ମୀର କାଠୁଆ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଦେଶବ୍ୟାପୀ ତେଜୁଛି ଆନ୍ଦୋଳନର ସ୍ୱର। ବିରୋଧ ପ୍ରଦର୍ଶନ ସହ ଜାରି ରହିଛି ଆରୋପ ପ୍ରତ୍ୟାରୋପର ରାଜନୀତି। ଏହାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ବହୁ ସାମାଜିକ କର୍ମୀ ଓ ନେତା।

କାଠୁଆରେ ରହୁଥିବା ପୀଡ଼ିତାଙ୍କ ପରିବାର ଗାଁ ଛାଡ଼ି କେଉଁଆଡେ ଚାଲିଯାଇଥିବା ଜଣାପଡିଛି। ବର୍ତ୍ତମାନର ପରିସ୍ଥିତିକୁ ନେଇ ଭୟଭୀତ ହୋଇ ଗାଁ ଛାଡି ପୀଡ଼ିତାଙ୍କ ପରିବାର ସଦସ୍ୟ ନେଇ କେଉଁଆଡେ ଚାଲିଯାଇଛନ୍ତି।

ଅନ୍ୟପକ୍ଷରେ ଜମ୍ମୁ ବାର ଆସୋସିଏସନ୍ ପୋଲିସର ଯାଞ୍ଚ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛି। ଶ୍ରୀନଗରରେ ମଧ୍ୟ ଆନ୍ଦୋଳନର ସ୍ୱର ଦେଖିବାକୁ ମିଳିଛି। ବିଭିନ୍ନ ଛାତ୍ର ସଂଗଠନ, ସାମାଜିକ ସଂଗଠନ ଏବଂ ସ୍ଥାନୀୟ ଲୋକ ଏକାଠି ହୋଇ ଏହାର ବିରୋଧ ପ୍ରଦର୍ଶନ କରିଛନ୍ତି।

Previous ArticleNext Article

Send this to a friend