ଆଜିଠାରୁ ଆରମ୍ଭ ହେବ କାଠୁଆ ଦୁଷ୍କର୍ମର ବିଚାର

kathua

ଶ୍ରୀନଗର: ଜମ୍ମୁ-କଶ୍ମୀରର କାଠୁଆ ଗଣ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଆଜିଠାରୁ ଆରମ୍ଭ ହେବ ବିଚାର। ମାମଲାରେ ଅଭିଯୁକ୍ତ ଥିବା ୮ ଜଣଙ୍କ ବିରୋଧରେ କାଠୁଆ ସିଜେଏମ୍‌ଡିଙ୍କ କୋର୍ଟରେ ଏନେଇ ଚାର୍ଜଫ୍ରେମ୍ ଦାଖଲ ହେବ। ତେବେ ମାମଲାରେ ଜଣେ ନାବାଳକଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଛି। ତେଣୁ ତାଙ୍କ ବିରୋଧରେ ଜୁଭିନାଇଲ ଜଷ୍ଟିସ୍ ଆକ୍ଟ ଅନୁସାରେ ମାମଲା ଚାଲିବ। ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଭାବେ ଦୁଇ ଜଣ ବରିଷ୍ଠ ଆଇନଜୀବୀ ମାମଲାକୁ ଲଢ଼ିବେ।

ଅନ୍ୟପକ୍ଷରେ ପୀଡ଼ିତାଙ୍କ ପରିବାର ପାଇଁ ଲଡୁଥିବା ଓକିଲଙ୍କୁ ହତ୍ୟା ଧମକ ମିଳିଥିବା ଅଭିଯୋଗ ଆସିଛି। ଏହି ଘଟଣାକୁ ନେଇ ଏବେ ଦେଶର ବିଭିନ୍ନ ସ୍ଥାନରେ ପ୍ରତିବାଦ ଜୋର ଧରିବାରେ ଲାଗିଛି। ବିଭିନ୍ନ ସଂଗଠନ ଏବଂ ବର୍ଗର ଲୋକେ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଗତକାଲି ସଂସଦ ଭବନ ନିକଟରେ ମେକ୍ ଓମେନ୍ ସେଫ୍‌ର ନାରା ଦେବା ସହ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଏବଂ ଦେଶରେ ନାରୀ ସୁରକ୍ଷା ଦାବି କରି ଆନ୍ଦୋଳନ କରିଥିଲେ କିଛି ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ। ସେହିପରି ଥିରୁଅନନ୍ତପୁରମ୍‌ରେ ମଧ୍ୟ କିଛି ସଂଗଠନର ସଦସ୍ୟମାନେ ନ୍ୟାୟ ଦାବି କରି ରାସ୍ତାକୁ ଓହ୍ଲାଇଥିଲେ। ରାସ୍ତାକଡ଼ରେ ଲମ୍ବା ଲାଇନ୍ ଲଗାଇ ହାତରେ ବ୍ୟାନର ପୋଷ୍ଟର ଧରି ଘଟଣାର ପ୍ରତିବାଦ କରିଥିଲେ।

Previous ArticleNext Article

Send this to a friend