କାଳୀଙ୍କ ଫଟୋ ପୋଷ୍ଟ୍‌ କରି ଅଡୁଆରେ କାଟି; ଫିଡ଼ିକିଲେ ଭାରତୀୟ ଫ୍ୟାନ୍‌

katykali

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ପପ୍ ସିଙ୍ଗର କାଟି ପେରୀ ତାଙ୍କର ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଦେବୀ କାଳୀଙ୍କ ଫଟୋ ପୋଷ୍ଟ୍ କରିଛନ୍ତି। ଏଥିପାଇଁ ସେ ଭାରତୀୟଙ୍କଠାରୁ ପ୍ରଶଂସା ପାଇବା କଥା। କିନ୍ତୁ ସେମିତି ହୋଇନି। ଓଲଟି ତାଙ୍କର ଭାରତୀୟ ଫ୍ୟାନ୍‌ମାନେ ତାଙ୍କ ଉପରେ ବର୍ଷିଛନ୍ତି। କାରଣ କାଟି ଯେଉଁ ଉଦ୍ଦେଶ୍ୟ ରଖି ଦେବୀ କାଳୀଙ୍କ ଫଟୋକୁ ପୋଷ୍ଟ୍ କରିଛନ୍ତି ତାହାକୁ ଭାରତୀୟମାନେ ସହଜରେ ଗ୍ରହଣ କରିପାରିନାହାନ୍ତି। କାଟି ନିଜ ମୁଡ୍ ବା ମନର ଅବସ୍ଥାକୁ ପ୍ରକାଶ କରିବାକୁ ଯାଇ କାଳୀଙ୍କ ଫଟୋ ପୋଷ୍ଟ୍ କରିଛନ୍ତି। ସେ କାଳୀଙ୍କ ଫଟୋ ପୋଷ୍ଟ୍ କରି ଏହା ତଳେ ‘କରେଣ୍ଟ୍ ମୁଡ୍‌’ (ବର୍ତ୍ତମାନର ମନର ଅବସ୍ଥା) ବୋଲି ଲେଖିଛନ୍ତି। ଏହା ଦେବୀ କାଳୀଙ୍କ ପ୍ରତି ଅସମ୍ମାନ ବୋଲି ଭାରତୀୟ ଫ୍ୟାନ୍‌ମାନେ କହିଛନ୍ତି।

କାଟିଙ୍କ ଜଣେ ଭାରତୀୟ ଫ୍ୟାନ୍ ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଛନ୍ତି,“ଭାରତୀୟ ଦେବାଦେବୀଙ୍କୁ ଅସମ୍ମାନିତ କରନ୍ତୁ ନାହିଁ। ଏହାକୁ ମୁଡ୍ କୁହାଯାଇପାରିବ ନାହିଁ। ଏହାର କିଛି ମୂଲ୍ୟ ଅଛି। ଏହି ଫଟୋକୁ ଡିଲିଟ୍ କରି ଦିଅନ୍ତୁ।”

ଆଉ ଜଣେ ଭାରତୀୟ ଫ୍ୟାନ୍ କହିଛନ୍ତି ନିଜର ମୁଡ୍‌କୁ ପ୍ରକାଶ କରିବା ପାଇଁ କାଟିଙ୍କ ଭଳି ସିଙ୍ଗର ଧାର୍ମିକ ଦେବାଦେବୀଙ୍କ ଫଟୋ ପୋଷ୍ଟ୍ କରିବା ଆଦୌ ଠିକ୍ ନୁହେଁ।

ସୂଚନାଯୋଗ୍ୟ, କାଟି ପେରୀ ଭାରତୀୟ ପରମ୍ପରା ଓ ସଂସ୍କୃତି ସଂପର୍କରେ ବେଶ ଅବଗତ। ୨୦୧୦ରେ ସେ ତାଙ୍କର ପୂର୍ବତନ ସ୍ୱାମୀ ରସେଲ ବ୍ରାଣ୍ଡଙ୍କୁ ରାଜସ୍ଥାନରେ ହିନ୍ଦୁ ରୀତିନୀତିରେ ବିବାହ କରିଥିଲେ।

Previous ArticleNext Article

Send this to a friend