କୋଚିନ ସିପ୍‌ୟାଡ୍‌ରେ ବିସ୍ଫୋରଣ, ୫ ମୃତ

cochin_shipyard

ନୂଆଦିଲ୍ଲୀ: କେରଳର କୋଚିନ ସିପ୍‌ୟାଡ୍‌ରେ ମଙ୍ଗଳବାର ବିସ୍ଫୋରଣ ଘଟିଛି। ବିସ୍ଫୋରଣଟି ଓଏନ୍‌ଜିସିର କଣ୍ଟେନର ପାଣିଟାଙ୍କିରେ ହୋଇଛି। ଏହି ବିସ୍ଫୋରଣରେ ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣର କାରଣ ଜଣାପଡ଼ିନାହିଁ।

କଣ୍ଟେନରଟି ଓଏନ୍‌ଜିସି ଜାହାଜ। ବର୍ତ୍ତମାନ ଜାହାଜର ମରାମତି ଚାଲିଛି। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

 

Previous ArticleNext Article

Send this to a friend