କରାଚିରେ ବୋମା ବିସ୍ଫୋରଣ, ଚୀନ ନାଗରିକଙ୍କ ସମେତ ୩ ଆହତ

blast

କରାଚି: ପାକିସ୍ତାନ କରାଚିର ଗୁଲଶନ୍-ଏ-ହଦିଦ୍‌ ଅଞ୍ଚଳରେ ସୋମବାର ସକାଳେ ବୋମା ବିସ୍ଫୋରଣରେ ହୋଇ ଜଣେ ଚାଇନା ନାଗରିକ ସମେତ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ରାସ୍ତା ନିକଟରେ ଥିବା ଏକ କାର୍‌ରେ ରିମୋଟ୍‌ କଣ୍ଟ୍ରୋଲ୍‌ ଜରିଆରେ ବିସ୍ଫୋରଣ କରାଯାଇଥିବା ଜଣାପଡ଼ିଛି। ଚୀନ ନାଗରିକଙ୍କୁ ଟାର୍ଗେଟ୍‌ କରି ଏହି ବିସ୍ଫୋରଣ କରାଯାଇଥିବା କୁହାଯାଉଛି।

ଘଟଣାସ୍ଥଳରୁ ଏକ ପାମ୍ପଲେଟ୍‌ ଉଦ୍ଧାର କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ସିନ୍ଧ ଅଞ୍ଚଳରେ ବିଦେଶୀଙ୍କ ସଂଖ୍ୟା ବୃଦ୍ଧିକୁ ଏଥିରେ ବିରୋଧ କରାଯାଇଛି।

Previous ArticleNext Article

Send this to a friend