ଏୟାରପୋର୍ଟରେ ଅହଙ୍କାରୀ ନାରୀ :ନିୟମ ଭାଙ୍ଗିଲେ, ଗର୍ଭବତୀ ସିପାହୀଙ୍କୁ ଲାତ ମାରିଲେ

women

 କିଛଦିନ ପୂର୍ବେ ଶିବସେନା ସାଂସଦ ରବୀନ୍ଦ୍ର ଗାଏକୱାର୍ଡ଼ ଏୟାର ଇଣ୍ଡିଆ କର୍ମଚାରୀଙ୍କୁ ବିମାନ ମଧ୍ୟରେ ମାଡ଼ ମାରି ଗଣମାଧ୍ୟମ ତଥା ସୋସିଆଲ ମିଡ଼ିଆରେ ବେଶ୍ ଚର୍ଚ୍ଚିତ ହୋଇଥିଲେ। ସୋମବାର ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ଇନ୍ଦୋର ବିମାନବନ୍ଦରରେ। ଏଥର କିନ୍ତୁ ପୁରୁଷ ନୁହେଁ ମହିଳା ଜଣଙ୍କ ମହିଳା ପୁଲିସ୍‌କୁ ମାଡ଼ ମାରିଛନ୍ତି।

ବିମାନବନ୍ଦର ନିୟମ ଅନୁଯାୟୀ ଜଣେ ଯାତ୍ରୀ ବିମାନବନ୍ଦର ଟର୍ମିନାଲରୁ  ଥରେ ବାହାରି ଯିବା ପରେ ପୁନର୍ବାର ପ୍ରବେଶ କରିପାରିବେ ନାହିଁ। ମାତ୍ର ଦିଲ୍ଲୀର ପ୍ରିୟଙ୍କା ଟର୍ମିନାଲରୁ ବାହାରିଯିବା ପରେ ପୁଣି ଥରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ତେବେ ସିଆଇଏସ୍‌ଏଫର ମହିଳା ପୁଲିସ୍ ଜ୍ୟୋତି ଚୌହାନ ପ୍ରିୟଙ୍କାଙ୍କୁ ଏନେଇ ବାରଣ କରିଥିଲେ। ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଜୋର୍‌ରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତକ୍ଷିପ୍ତ ହୋଇ ପ୍ରିୟଙ୍କା ୮ମାସର ଗର୍ଭବତୀ ଥିବା କନେଷ୍ଟବଳ ଜ୍ୟୋତିଙ୍କ ପେଟକୁ ଲାତ ମାରିଥିଲେ। ଯାହାକୁ ନେଇ ବେଶ୍‌ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ମେଡ଼ିକାଲ ଯାଞ୍ଚ ପରେ ଜ୍ୟୋତି ଠିକ୍ ଅଛନ୍ତି। ପରେ ସିସିଟିଭି ଫୁଟେଜ୍ ଯାଞ୍ଚ କରି ପ୍ରିୟଙ୍କାଙ୍କୁ ଗିରଫ କରିଛି ପୁଲିସ୍।

Previous ArticleNext Article

Send this to a friend