ପାଟଣାରେ ବିଜେପି ବିରୋଧରେ ମେଳି ହେଲେ ବିରୋଧୀ: ସାମିଲ ହେଲେ ବିଦ୍ରୋହୀ ଜେଡିୟୁ ନେତା ଶରଦ ଯାଦବ

Mamata-Banerjee-Lalu-Prasad-Yadav-Akhilesh-Yadav

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଶକ୍ତି ପ୍ରଦର୍ଶନ। ‘ବିଜେପି ଭଗାଓ ଦେଶ ବଚାଓ’ ନାରା ଦେଇ ଲାଲୁ  ସବୁ ବିରୋଧୀ ଦଳଙ୍କୁ ଏକାଠି କରିଥିଲେ। ପାଟନାର ଐତିହାସିକ ଗାନ୍ଧି ମଇଦାନରେ ଏହି ବିଶାଳ ସମାବେଶର ଆୟୋଜନ ହୋଇଥିଲା। ଲାଲୁଙ୍କ ଏହି ମହାସମାବେଶରରେ ଅନେକ ବିରୋଧୀ ଦଳର ନେତା ସାମିଲ ହୋଇଥିଲେ। ତେବେ ନଜର ଥିଲା ଜ଼େଡିୟୁ ବିଦ୍ରୋହୀ ସାଂସଦ ଶରଦ ଯାଦବଙ୍କ ଉପରେ। ଦଳର ନିର୍ଦ୍ଦେଶ ନମାନି ଏହି ରାଲିରେ ଯୋଗ ଦେଇଥିଲେ ଶରଦ ଯାଦବ।

ଅନ୍ୟପଟେ ସାମିଲ ହୋଇଥିବା ଅନ୍ୟ ବିରୋଧୀଙ୍କ ମଧ୍ୟରେ ଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି,  ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ, କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ , ସିପି ଯୋଶୀ ପ୍ରମୁଖ। ଏହି ମହା ସମାବେଶରେ ଏକାଠି ହୋଇ ବିରୋଧୀ ଦଳର ନେତା ମାନେ ବିଜେପିକୁ ଟାର୍ଗେଟ୍ କରିଛନ୍ତି। ଏହାସହ ଆଗାମୀ ନିର୍ବାଚନରେ ଏହାର ପରିଣାମ ବିଜେପି ଓ ଏହା ସହ ହାତ ମିଳାଇଥିବା ଦଳ ଗୁଡିକ ଭୋଗିବେ ବୋଲି କହିଛନ୍ତି।  .

Previous ArticleNext Article

Send this to a friend