ପୁଅଙ୍କ ପାଇଁ ଝିଅ ଖୋଜୁଛନ୍ତି ଲାଲୁ, ରଖିଛନ୍ତି କଡ଼ା ସର୍ତ୍ତ…

lalu

ପାଟନା: ତେଜପ୍ରତାପ ଯାଦବ ଓ ତେଜସ୍ୱୀ ଯାଦବ ହେଉଛନ୍ତି ବିହାର ସରକାରରେ ମୋଷ୍ଟ ଏଲିଜିବଲ୍ ବ୍ୟାଚ୍‌ଲର ମନ୍ତ୍ରୀ। ତେଜପ୍ରତାପ ସ୍ୱାସ୍ଥ୍ୟ ମନ୍ତ୍ରୀ। ତେଜସ୍ୱୀ ଉପ-ମୁଖ୍ୟମନ୍ତ୍ରୀ। ଦୁହିଁଙ୍କର ଆଉ ଏକ ପରିଚୟ ହେଉଛି ସେମାନେ ଲାଲୁ ପ୍ରସାଦ ଯାଦବଙ୍କ ପୁଅ। ଲାଲୁ ଏବେ ତାଙ୍କର ଏହି ଦୁଇ ପୁଅଙ୍କୁ ବାହାଘର କରାଇବା ପାଇଁ ଯୋଜନା କରୁଛନ୍ତି। ବଡ଼ ପୁଅ ତେଜପ୍ରତାପଙ୍କ ୨୮ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ସହ ଲାଲୁ ଏହି ଘୋଷଣା କରିଛନ୍ତି।

ଦୁଇ ପୁଅଙ୍କୁ ବାହାଘର କରିବାକୁ ଉଭୟ ଲାଲୁ ଓ ତାଙ୍କ ପତ୍ନୀ ରାବିଡ଼ି ଦେବୀ ବ୍ୟଗ୍ର। କିନ୍ତୁ ଏ ପୂର୍ବତନ ମୁଖ୍ୟମନ୍ତ୍ରୀ ଦମ୍ପତି ପୁଅଙ୍କ ବାହାଘର ପାଇଁ ରଖିଛନ୍ତି କଡ଼ା ସର୍ତ୍ତ। ସର୍ତ୍ତଗୁଡ଼ିକ ହେଉଛି- ଝିଅ ସଂସ୍କାରୀ ହୋଇଥିବ। ଝିଅ ଘର ଭଲ ହୋଇଥିବ। ଆଉ ବିନା ଯୌତୁକରେ ବିବାହ ହେବ।

ଲାଲୁଙ୍କର ୯ ସନ୍ତାନ। ୭ ଝିଅ ଓ ଦୁଇ ପୁଅ। ୭ ଝିଅଙ୍କୁ ସେ ବିନା ଯୌତୁକରେ ବାହା ଦେଇଛନ୍ତି। ରାବିଡ଼ି ଦେବୀ କହିଛନ୍ତି ଯୌତୁକ ଦେବା ବା ନେବା ପାପ।

ଏବେ ଦେଖାଯାଉ କେବେ ଲାଲୁ-ରାବିଡ଼ିଙ୍କୁ ମିଳୁଛି ସେମାନଙ୍କର ବୋହୂ ହେଲା ଭଳି ମନପସନ୍ଦର ଝିଅ, ଆଉ କେବେ ତାଙ୍କ ଘରେ ବାଜିବ ସାହାନାଈ।

Previous ArticleNext Article