ମାଳି କାମ କରିବେ ଲାଲୁ: ଜାଣନ୍ତୁ ମଜୁରୀ କେତେ?

lalu

ରାଞ୍ଚି: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ। କୋର୍ଟ ତାଙ୍କୁ ସାଢେ ୩ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି। ୨୩ ଡିସେମ୍ୱରରୁ ଲାଲୁ ବିର୍ସାମୁଣ୍ଡା ଜେଲ୍‌ରେ ଅଛନ୍ତି। ହେଲେ ତାଙ୍କ ଦଣ୍ଡ ବିଧାନ ଶୁଣା ଯାଇ ନଥିବାରୁ ଲାଲୁ ଜେଲ୍‌ରେ କେଉଁ କାମ କରିବେ ଏ ନେଇ କୌଣସି ସୂଚନା ଦିଆଯାଇ ନଥିଲା। ଗତକାଲି ଲାଲୁଙ୍କୁ ଦଣ୍ଡ ଶୁଣାଯିବା ପରେ ସେ ଜେଲ୍‌ରେ ମାଳି କାମ କରିବେ ବୋଲି ଘୋଷଣା କରାଯାଇଛି।  ତାଙ୍କୁ ଦୈନିକ ମଜୁରୀ ବାବଦକୁ ୯୩ ଟଙ୍କା ମିଳିବ।

ଆସନ୍ତାକାଲି ଲାଲୁ ଯାଦବଙ୍କୁ ହଜାରୀବାଗ୍‌ର ଓପନ୍‌ ଜେଲ୍‌କୁ ସିଫ୍ଟ କରାଯିବ। ସେ ଏଠାରେ ତାଙ୍କ ସଜ୍ଜା କଟିବେ। ଅନ୍ୟପକ୍ଷରେ ରାଷ୍ଟ୍ରୀୟ ଜନତା ଦଳ ଲାଲୁଙ୍କ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପାଇଁ ପ୍ରସ୍ତୁତି ଚଲାଇଛି।

ସୂଚନାଯୋଗ୍ୟ,ଗତକାଲି ଲାଲୁଙ୍କୁ ଦଣ୍ଡ ବିଧାନ ଶୁଣାଯିବା ପରେ ଜାମିନ ମିଳି ନଥିଲା। ସିବିଆଇ ଜଜ୍ ଶିବପାଳ ସିଂହ ଭିଡିଓ କନ୍‌ଫରେନ୍ସସିଂ ଜରିଆରେ ଲାଲୁଙ୍କୁ ସଜ୍ଜା ଶୁଣାଇବା ସହ ୫ ଲକ୍ଷ ଟଙ୍କାର ଜରିମାନା ଘୋଷଣା କରିଥିଲେ।

Previous ArticleNext Article

Send this to a friend