ସହିଦ ପୂର୍ବରୁ ସାଙ୍ଗ ପାଖକୁ କ’ଣ ଲେଖିଥିଲେ କପିଲ, ପଢନ୍ତୁ ପୁରା କବିତା

Sahid

ଜମ୍ମୁ: ‘ଅପନେ ଲହୁ ସେ ସିଞ୍ଚା ହେ ପରବାନୋ ନେ, ୟୁହିଁ ନହିଁ ୟେ ୱାଦିୟାଁ ଜନ୍ନତ କହଲାତୀ ହେଁ’…। ଏହା ଥିଲା ସହିଦ କ୍ୟାପେଟନ୍‌ କପିଲ କୁଣ୍ଡୁଙ୍କ ଶେଷ କବିତା। ମୃତ୍ୟୁ ପୂର୍ବରୁ  ତାଙ୍କ ସାଙ୍ଗପାଖକୁ  ହ୍ୱାଟସ୍‌ ଆପ୍‌ରେ ଲେଖିଥିଲେ ଦେଶ ଭକ୍ତିର କବିତା। ଏହି କେଇପଦ କହିଦେଉଛି କପିଲଙ୍କ ଶରୀରରେ କେମିତି ଦେଶ ପ୍ରେମର ନିଆଁ ଦାଉ ଦାଉ ହୋଇ ଜଳୁଥିଲା।  ଏହି ଟିକକ୍ ଶବ୍ଦରୁ ହିଁ ଜଣାପଡ଼ୁଛି ବଞ୍ଚିବା ଶୈଳୀକୁ ନେଇ କେତେ ନିର୍ଭିକ  ଥିଲେ କ୍ୟାପଟେନ୍ କପିଲ ।  ଖାଲି ସେତିକି ନୁହଁ ଏହି କେତୋଟି ଶଦ୍ଦ ହିଁ ବୟାନ କରୁଛି ଶତୃ ସହ ନିର୍ଭୟରେ ଲଢି  ଦେଶପାଇଁ ପ୍ରାଣବଳି ଦେଇଥିବା ଯୁବ କ୍ୟାପ୍ଟେନ୍ କପିଲ କୁଣ୍ଡୁଙ୍କ ଜୀବନ ଦର୍ଶନକୁ।  ଗତକାଲି ପାକିସ୍ତାନ ଗୁଳି ମାଡ଼ରେ ସହିଦ ହୋଇଥିଲେ କ୍ୟାପଟେନ୍‌ କପିଲ । ଆଜି ତାଙ୍କ ମୃତଦେହ ଆସି ପହଞ୍ଚିଛି ସେମାନଙ୍କ ବାସଭବନରେ।  ସାରା ଅଞ୍ଚଳ ଯେପରି ସ୍ତବ୍ଧ ହୋଇପଡ଼ିଛି । ପୁଅକୁ ହରାଇଛି ମା। ଜନ୍ମଭୂମିକୁ ହରାଇଛି ବୀର ଯବାନ।  ଛାତ୍ର ବେଳରୁ ହିଁ କପିଲଙ୍କ ଜୀବନ ଥିଲା ସଂଘର୍ଷମୟ ।

୨୦୧୨  ମସିହାରେ ନିଜ ଜନ୍ମଦିନରେ ହିଁ ବାପାଙ୍କୁ ହରାଇଥିଲେ ସେ।  ତଥାପି ହାର ନ  ମାନି ପରୀକ୍ଷାରେ ଭଲ ପ୍ରଦର୍ଶନ କରିଥିଲେ କୁଣ୍ଡୁ । ପରେ ନ୍ୟାସନାଲ  ଡିଫେନ୍ସ ଏକାଡେମୀରେ ଭର୍ତ୍ତି ହୋଇ ବ୍ୟାଚ୍‌ରେ ସବୁଠୁ ଭଳ ପ୍ରଦର୍ଶନ  କରିଥିଲେ କ୍ୟାପଟେନ୍ କୁଣ୍ଡୁ । ଜୀବନର ଶେଷ ରକ୍ତ ବିନ୍ଦୁ ଯାଏ ଶତ୍ରୁପକ୍ଷ  ସହ ଲଢ଼ିଛନ୍ତି ସେ।  ମାତ୍ର ୨୨ ବର୍ଷ ବୟସରେ ସେ ଯେଉଁ ଅଦମ୍ୟ ସାହସ ଓ କର୍ତ୍ତବ୍ୟ  ପରାୟଣତାର ପାରାକାଷ୍ଠା ପ୍ରଦର୍ଶନ କରିଛନ୍ତି ତାହା ବାସ୍ତବରେ ବିରଳ ।  ଏପଟେ ପୁଅକୁ ହରାଇ ମା’ ଯେତିକି ମର୍ମାହତ ସେତିକି  ଗର୍ବିତ  କ୍ୟାପଟେନ୍ କପିଲଙ୍କ ମା’। ରବିବାର ପାକିସ୍ତାନ ସେନା ପକ୍ଷରୁ ସୀମାରେ ଗୁଳିମାଡ଼ ହୋଇଥିଲା ।  ପ୍ରବଳ ଗୁଳି ବର୍ଷଣ ଯୋଗୁଁ କ୍ୟାପନେଟ୍ କପିଲ କୁଣ୍ଡୁ, ହାବିଲଦାର ରୋଶନ୍  ଲାଲ, ରାଇଫଲମ୍ୟାନ୍ ରାମଅବତାର ଏବଂ ସୁଭମ୍ ସିଂହ ସହିଦ ହୋଇଛନ୍ତି । ସହିଦଙ୍କ ଖବର ପରିବାରଲୋକଙ୍କ ପାଖରେ ପହଞ୍ଚିବା ପରେ ଶୋକାକୁଳ  ହୋଇପଡ଼ିଥିଲା ପରିବେଶ।  ସାରା ଅଞ୍ଚଳ ବିଭୋର ହୋଇଥିଲା ସହିଦଙ୍କ  ସ୍ମୃତିରେ ।  ଜନ୍ମଦିନର ଠିକ୍ ଛଅ ଦିନ ପୂର୍ବରୁ ମାତୃଭୂମିର ସୁରକ୍ଷା ପାଇଁ ଦେଇଛନ୍ତି  ପ୍ରାଣବଳି।  ୨୨ ବର୍ଷର ଏହି ଯୁବ କ୍ୟାପ୍ଟେନ୍ ଦେଶର ସେବା ପାଇଁ ଭର୍ତ୍ତି  ହୋଇଥିଲେ ସେନାରେ।  ପ୍ରଥମ ଦିନରୁ ହିଁ ନିଷ୍ଠା ଏବଂ କର୍ତ୍ତବ୍ୟପରାୟଣତା  ତାଙ୍କୁ ବନାଇଥିଲା।  ବ୍ୟାଚ୍‌ ସବୁଠୁ ଥିଲେ ପ୍ରିୟ।

ହେଲେ, କ୍ୟାପଟେନ୍ କୁଣ୍ଡୁ ଏବେ ନାହାନ୍ତି। ଛାଡ଼ି ଯାଇଛନ୍ତି ଅଶୁମାରୀ ଲୁହ। ତେବେ ତାଙ୍କ କବିତାର ସାରାଶଂ ହେଉଛି “ରକ୍ତରେ ଏ ମାଟିକୁ ସେମାନେ ଗାଧୋଇ ଦେଇଛନ୍ତି ବୋଲି ହୁଏତ ତାଙ୍କୁ ତୁମେ ଆତତାୟୀ କହିବ। ହେଲେ ଏ ରକ୍ତପାତ ନୁହେଁ, ବରଂ ମୋ ମାତୃଭୂମି ପ୍ରତି ସେମାନଙ୍କ ମମତା ହିଁ କେବଳ ଥିଲା। ଆଉ ସେଇଥିପାଇଁ ତ’ ଏ ମାଟିକୁ ତୁମେ ଆଜି ଗର୍ବରେ ସ୍ୱର୍ଗ କୁହ। ତୁମ ଭାଷାରେ ସେମାନେ ଆତତାୟୀ ହୋଇପାରନ୍ତି। ହେଲେ ମନେରଖ ଆଜି ବି ସେମାନଙ୍କ ଆତ୍ମା ଜଗିଛି…ସୁରକ୍ଷା ଦେଉଛି ମା’ ମାଟିକୁ।”

ପଢନ୍ତୁ ପୁରା କବିତା

कविता का शीर्षक – पागल दीवाना…

अपने लहू से सिंचा है उन परवानों ने,

यूंही नहीं ये वादियां जन्नत कहलाती हैं

आज भी खड़ी है रुह-ए-आशिक़ इन सरहदों पे,

आज़माना है किसी को अपना ज़ोर तो आए

पूछा खुदा ने काफी कत्ल किए हैं उस जहां ने,

बोला, आशिक-ए-वतन हूं गुनाहों की हर सज़ा मंजूर है

करके नम अपने चशम, बोले निज़ाम ए आलम,

ऐसे दलेर आशिक से पहली दफा पाला पड़ा है

बोला, खुदा कतार बहुत लंबी है अभी आने वालों की,

कमी नहीं है मेरे मुल्क में उसपर मर मिटने वालों की

…………

Previous ArticleNext Article

Send this to a friend