୭ ବର୍ଷର ବାଳକକୁ ଜୀଅନ୍ତା ଖାଇଦେଲା ଚିତାବାଘ

tiger-1

ମୋରଦାବାଦ,(ୟୁପି):ଉତ୍ତରପ୍ରଦେଶ ମୋରଦାବାଦରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସ୍ଥାନୀୟ ଲୋକେ ବହୁ ଖୋଜାଖୋଜି କରିବା ପରେ ପିଲାଟିର କେବଳ ପାଦ ଓ ଶରୀରର ଖଣ୍ଡ ବିଖଣ୍ଡିତ ଅଂଶ ପଡିଥିବା ଦେଖିବାକୁ ପାଇଛନ୍ତି।  ଯେଉଁଥିରେ ଚିତାବାଘଟି ଅତି ବୀଭତ୍ସ ଭାବେ ପିଲାଟିକୁ ଜୀଅନ୍ତା ଖାଇଥିବା ଜଣାପଡିଛି । ସେହି ଖଣ୍ଡ ବିଖଣ୍ଡିତ ଅଂଶରେ ବାଘର ଦାନ୍ତ ଏବଂ ପଞ୍ଝା ଚିହ୍ନ ଥିବା ଦେଖିବାକୁ ମିଳିଛି ।

ତେବେ ବନ ବିଭାଗ ଓ ପୋଲିସ ଅନେକ ସମୟ ଧରି ଖୋଜାଖୋଜି କରିବା ପରେ ମଧ୍ୟ ବାଘଟିର ସନ୍ଧାନ ପାଇନାହାନ୍ତି।  ୭ ବର୍ଷ ବାଳକର ମୃତ୍ୟୁ ପରେ ତା’ର ପରିବାରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଶନିବାର ଏହି ଘଟଣା ଘଟିଛି। ପିଲାଟିର ନାଁ ସଞ୍ଜୟ ବୋଲି ଜଣାପଡ଼ିଛି। ଶନିବାର ସକାଳଠାରୁ ପିଲାଟି ନିଖୋଜ ଥିବା ପରିବାର ପକ୍ଷରୁ ପୋଲିସ ନିକଟରେ ଅଭିଯୋଗ କରାଯାଇଥିଲା। ତେବେ ପିଲାଟିର ମୃତ ଦେହର ଖଣ୍ଡବିଖଣ୍ଡିତ ଅଂଶ ଏକ ଜଙ୍ଗଲ ପରିବେଷ୍ଟିତ ଏକ ପ୍ରାଥମିକ ସ୍କୁଲ ପଛପଟୁ ଉଦ୍ଧାର କରାଯାଇଥିଲା।  ଏହି ଘଟଣା ପରେ  ଉତ୍ତ୍ୟକ୍ତ ଳୋକେ ସ୍ଥାନୀୟ ଅଞ୍ଚଳର ଏକ ରାସ୍ତା ଅବରୋଧ କରିଥିଲେ।

Previous ArticleNext Article

Send this to a friend