ରାଜରାସ୍ତାରେ ଜଙ୍ଗଲୀ ରାଜା, ରୋମାଞ୍ଚ ଭରିଦେଲା ଭୟଙ୍କର ଦୃଶ୍ୟ

lion-1

ନୂଆଦିଲ୍ଲୀ: ରାଜରାସ୍ତାରେ ଜଙ୍ଗଲୀ ରାଜାର ରାଜ୍‌। ଗୋଟିଏ ନୁହେଁ  ୧୧ଟି ସିଂହ ଜଙ୍ଗଲ ଛାଡ଼ି ଜାତୀୟ ରାଜପଥକୁ ପଳାଇ ଆସିଲେ। ଏଭଳି ଦୃଶ୍ୟ ଗୁଜରାଟର ପିପଭାଭ-ରାଜୁଳା ଜାତୀୟରାଜପଥ ଉପରେ ଦେଖିବାକୁ ମିଳଇଥିଲା।  ଏହି ସିଂହ ଗୁଡ଼ିକ ଗିର୍‌ ଅଭୟାରଣ୍ୟରୁ ରୁ ଖସିଆସିଥିବା ଜଣାପଡ଼ିଛି। ଶନିବାର ରାତିରେ ଏହି ସିଂହ ଗୁଡ଼ିକ ରାସ୍ତା ପାରି ହୋଇଥିଲେ।

ଏମାନେ  ରାସ୍ତା ପାରି ହେଉଥିବା ବେଳ ଟ୍ରାଫିକ୍ ଜାମ ହୋଇଥିଲା। ଉଭୟପଟେ ଟ୍ରକ୍ ଓ ବସ ଗୁଡ଼ିକ ଛିଡ଼ା ହୋଇଥିଲା। ସ୍ଥାନୀୟ ଲୋକେ ଏହି ସିଂହ ଗୁଡ଼ିକୁ ଦେଖି ଭୟଭୀତ ହୋଇଥିଲେ ମଧ୍ୟ ପାଖରୁ ଦେଖିଥିବାରୁ ଖୁବ୍‌ ରୋମାଞ୍ଚକଚର ଅନୁଭବ କରିଥିଲେ। ଏସିଆଟିକ୍ ସିଂହ ଗଣନା ଅନୁଯାୟୀ ଗୁଜୁରାଟରେ ଏବେ ୫୨୩ଟି ସିଂହ ଅଛନ୍ତି।

Previous ArticleNext Article

Send this to a friend