ମରିନାହିଁ ମାନବିକତା: ଟ୍ରେନ ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ଦେବଦୂତ ସାଜିଲେ ସ୍ଥାନୀୟ ଲୋକେ

train (3)

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ଉତ୍କଳ ଏକ୍ସପ୍ରେସ୍‌ ଦୁର୍ଘଟଣାରେ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ଶତାଧିକ ଲୋକେ ଆହତ ହୋଇଛନ୍ତି। ସନ୍ଧ୍ୟା ପ୍ରାୟ ୬ଟା ସମୟରେ ମୁଜାଫର୍‌ନଗର ଖତୈଲିରେ ପୁରୀ-ହରିଦ୍ୱାର ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ ହୋଇଥିଲା। ଏହି ଦୁର୍ଘାଟଣାଟି ଏତେ ଭୟଙ୍କର ଥିଲା ଯେ ଟ୍ରେନ୍‌ର ଗୋଟିଏ ବଗି ଉପରେ ଅନ୍ୟ ବଗି ଚଢିଯାଇଛି। ଏହାସହ ଟ୍ରେନ ଲାଇନ ନିକଟରେ ଥିବା ଏକ ଘର ଉପରେ ଏକ ବଗି ଚଢିଯାଇଥିଲା। ଏପରି ଭୟାଭୟ ସ୍ଥିତିରେ ସ୍ଥାନୀୟ ଲୋକଙ୍କ ସହାୟତା ଯୋଗୁଁ ଅନେକ ଲୋକଙ୍କ ଜୀବନ ବଞ୍ଚିଯାଇଥିବା କୁହାଯାଉଛି। ସ୍ଥାନୀୟ ଲୋକଙ୍କ ଯଥାସମ୍ଭବ ଚେଷ୍ଟା ଯୋଗୁଁ ମୃତ୍ୟୁ ମୁଖରୁ ଅନେକ ଲୋକଙ୍କୁ ବଞ୍ଚା ଯାଇପାରିଛି। ତତ୍‌କ୍ଷଣାତ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଯାଇଥିଲା। ଟ୍ରେନ୍ ଭିତରେ ଫସିରହିଥିବା ଅନେକ ଲୋକଙ୍କୁ ଉଦ୍ଧାର କରାଯାଇ ହସପିଟାଲରେ ଭର୍ତ୍ତି କରାଯାଇଛି। ଏହାସହ ୟୁପି ସରକାର ଓ ଭାରତ ସରକାରଙ୍କ ପକ୍ଷରୁ ସଙ୍ଗେସଙ୍ଗେ ସମସ୍ତ ପ୍ରକାର ପଦକ୍ଷପ ଗ୍ରହଣ କରାଯାଇ ଅନେକ ଲୋକଙ୍କ ଜୀବନ ବଞ୍ଚାଯାଇପାରିଛି। ବିଶେଷ କରି ସ୍ଥାନୀୟ ଲୋକଙ୍କ ସହାୟତାରେ ଶହଶହ ଲୋକଙ୍କ ଜୀବନ ବଞ୍ଚାଯାଇଥିବା କୁହାଯାଉଛି।

Previous ArticleNext Article

Send this to a friend