ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଉଭୟ ଗୃହ ମୁଲତବି

ନୂଆଦିଲ୍ଲୀ: ବିରୋଧୀ ଦଳଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ବଜେଟ୍‌ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଧୋଇ ହୋଇଗଲା। ଅଧିବେଶନର ଶେଷ ଦିନରେ ବି ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରାଯାଇଛି। ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା, କାବେରୀ ମ୍ୟାନେଜମେଣ୍ଟ ବୋର୍ଡ ଗଠନ, ଏସ୍ଏଟି ଆକ୍ଟ ସଂଶୋଧନ ଓ ବ୍ୟାଙ୍କ ଦୁର୍ନୀତି ମାମଲା ଭଳି ପ୍ରସଙ୍ଗକୁ ନେଇ ବିରୋଧୀ ହଟ୍ଟଗୋଳ କରିଥିଲେ। ଫଳରେ ପ୍ରତି କାର୍ଯ୍ୟ ଦିବସରେ ବାରମ୍ବାର ଗୃହକୁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି ଏବଂ ରାଜ୍ୟସଭା ଚେୟାରମ୍ୟାନ୍।

ଗତ ୨୧ ଦିନ ଧରି କ୍ରମାଗତ ଭାବେ ଅଚଳ ରହିଥିଲା ସଂସଦର ଉଭୟ ଗୃହ। ଫଳରେ ମାର୍ଚ୍ଚ ୫ ତାରିଖରୁ ଆରମ୍ଭ ହୋଇଥିବା ବଜେଟ୍‌ ଅଧିବେଶନରରେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ଆଲୋଚନା ହୋଇ ପାରିନଥିଲା। ଏହି ସମୟରେ ସଂସଦରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ ହେବାକୁ ଥିଲେ ବି ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଏହା ସମ୍ଭବ ହୋଇ ପାରି ନାହିଁ।

ଆଜି ଶାସକ ଏନଡିଏ ପକ୍ଷରୁ ଦଳର ସଂସଦୀୟ ଦଳର ବୈଠକ ଡକାଯାଇଥିଲା। ତେବେ ଶେଷ ଦିନରେ ଗୃହ ବାହାରେ ଶାସକ ଦଳ ସଦସ୍ୟ ବିରୋଧ ପ୍ରଦର୍ଶନ କରିଥିଲେ।

Previous ArticleNext Article

Send this to a friend