ବ୍ରିଟିଶ ସଂସଦରେ ବାହାରେ ଆତଙ୍କବାଦୀ ଆକ୍ରମଣ: ୫ ମୃତ, ୪୦ ଆହତ

britain_parliament_

ଲଣ୍ଡନ: ବ୍ରିଟେନର ରାଜଧାନୀ ଲଣ୍ଡନ ସ୍ଥିତ ସଂସଦ ନିକଟରେ ଆତଙ୍କବାଦୀଙ୍କ ଆକ୍ରମଣରେ  ପୋଲିସ୍‌ କର୍ମଚାରୀଙ୍କ ସମେତ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି। ଗତକାଲି ଅଧିବେଶନ ଚାଲିଥିବା ବ୍ରିଟେନ ପାର୍ଲାମେଣ୍ଟ ହାଉସ ନିକଟରେ ଏହି ଘଟଣା ଘଟିଥିଲା। ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିରେ ଆତଙ୍କବାଦୀ ମୃତ୍ୟୁ ହୋଇଥିଲା। ପାର୍ଲାମେଣ୍ଟରେ ୨୦୦ରୁ ଅଧିକ ସାଂସଦ ଥିବା ବେଳେ ବାହାରେ ଏଭଳି ଘଟଣା ଘଟିଥିଲା। ପରେ ପାର୍ଲାମେଣ୍ଟକୁ ତୁରନ୍ତ ସିଲ କରାଯାଇଥିଲା। ଏହି ଘଟଣା ପରେ ବ୍ରିଟିଶ ପାର୍ଲାମେଣ୍ଟ ଅଧିବେଶନକୁ ସ୍ଥଗିତ କରି ଦିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ  ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା।

ଭାରତ ସହ ସାରା ବିଶ୍ୱ ଏହି ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି।

 

Previous ArticleNext Article

Send this to a friend