୨୭ ଜୁଲାଇରେ ଶତାବ୍ଦୀର ସବୁଠୁ ଲମ୍ବା ଚନ୍ଦ୍ର ଗ୍ରହଣ, ଏହି ସବୁ ଦେଶରେ ଖାଲି ଆଖିରେ ଦେଖିପାରିବେ ଲୋକେ

ନୂଆଦିଲ୍ଲୀ:ଶତାବ୍ଦୀର ସବୁଠାରୁ ଲମ୍ବା ଚନ୍ଦ୍ର ଗ୍ରହଣ ଆସନ୍ତା ୨୭ ତାରିଖରେ ଦେଖିବାକୁ ମିଳିବ। ବୈଜ୍ଞାନିକଙ୍କ ମତରେ ଏହି ଗ୍ରହଣ ପ୍ରଭାବରେ ଚନ୍ଦ୍ର ପାଖାପାଖି ୪ ଘଣ୍ଟା ପୃଥିବୀର ଛାୟାରେ ରହିବ। ଏହି ଗ୍ରହଣକୁ ତିନୋଟି ମହାଦେଶର ଲୋକ ସ୍ପଷ୍ଟ ରୂପରେ ଦେଖିପାରିବେ। ‘ଦୁବାଇ ଆଷ୍ଟ୍ରୋନୋମୀ’ ଗ୍ରୁପ୍‌ର ତଥ୍ୟ ଅନୁସାରେ ଏହି ଚନ୍ଦ୍ର ଗ୍ରହଣ ସବୁଠାରୁ ଲମ୍ବା ସମୟ ପର୍ଯ୍ୟନ୍ତ ଜାରି ରହିବ। ଏହାର ଅବଧି ୧ ଘଣ୍ଟା ୪୩ ମିନିଟ୍ ପର୍ଯ୍ୟନ୍ତ ରହିବ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଏହି ଦିନ ‘ବ୍ଲଡ୍‌ ମୁନ୍‌’ ବା ‘ରକ୍ତ ଚନ୍ଦ୍ର’ ଦେଖିବାକୁ ମିଳିବ। ‘ବ୍ଲଡ୍ ମୁନ୍‌’ ଯୋଗୁଁ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ହେବ ଏବଂ ସେହି ଚନ୍ଦ୍ରକୁ ବୈଜ୍ଞାନିକ ଭାଷାରେ ‘ରିଙ୍ଗ’ କୁହନ୍ତି।

ଆଂଶିକ ଚନ୍ଦ୍ର ଗ୍ରହଣ ରାତି ୧୦ଟା ୨୪ରୁ ଆରମ୍ଭ ହୋଇ ମଧ୍ୟ ରାତ୍ରି ୨ଟା ୧୯ ମିନିଟ୍‌ ପର୍ଯ୍ୟନ୍ତ ମୋଟ ୨ ଘଣ୍ଟା ୧୨ ମିନିଟ୍‌ ରହିବ। ସେହିପରି ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ରାତି ୧୧ଟା ୩୦ରୁ ଆରମ୍ଭ ହୋଇ ମଧ୍ୟରାତ୍ରି ୧ଟା ୧୩ ମିନିଟ୍ ପର୍ଯ୍ୟନ୍ତ ମୋଟ  ୧ ଘଣ୍ଟା ୪୩ ମିନିଟ୍ ରହିବ। ଏହି ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଭାରତ ବ୍ୟତୀତ ଆଫ୍ରିକା, ଦୁବାଇ, ଦକ୍ଷିଣ ଏସିଆ ଏବଂ ମଧ୍ୟ ପୂର୍ବ ଦେଶରେ ଆପଣ ଖାଲି ଆଖିରେ ଦେଖି ପୀରିବେ।
କ’ଣ ଏହି ‘ବ୍ଲଡ୍‌ ମୁନ୍‌’?
ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ସମୟରେ ଚନ୍ଦ୍ର ପୃଥିବୀର ଛାୟା ତଳେ ରହିଥାଏ। ତେବେ ପୃଥିବୀର ଛାଇ ତଳେ ରହିଲେ ବି ଏହାର ଦାଢ଼ରୁ ଆଲେକ ରଶ୍ମୀ ବିଚ୍ଛୁରିତ ହୋଇ ଏକ ରକ୍ତିମ ବ୍ୟାସାର୍ଦ୍ଧ ବା ବ୍ଲଡ୍‌ ରିଙ୍ଗ୍‌ ଦୃଶ୍ୟମାନ ହେବ। ଏହା ସେତେବେଳେ ହୋଇଥାଏ, ଯେବେ ଚନ୍ଦ୍ର ସମ୍ପୂର୍ଣ୍ଣ ରୂପରେ ପୃଥିବୀର ଛାୟାରେ ଢ଼ାଙ୍କି ହୋଇ ରହିଥାଏ। ଏହି ସମୟରେ ସୂର୍ଯ୍ୟଙ୍କର ଲାଲ୍‌ କିରଣ ବିଛେଇ ହୋଇ ଚନ୍ଦ୍ର ଉପରେ ପଡ଼ିଥାଏ। ଯାହାକୁ ବ୍ଲଡ୍‌ ମୁନ୍‌ ବା ରକ୍ତ ଚନ୍ଦ୍ର କୁହାଯାଏ।

Previous ArticleNext Article

Send this to a friend