ବନ୍ଦୀ ପ୍ରେମିକର ପ୍ରତୀକ୍ଷାରେ ୧୪ ବର୍ଷ କାଟି ଦେଲେ ଆଲିଆ

love

ନୂଆଦିଲ୍ଲୀ: ଦିଲ୍ଲୀ, ରୋହତକ, ସୋନିପତ ଓ ଗାଜିଆବାଦରେ ଡିସେମ୍ବର ୧୯୯୬ରୁ ୧୯୯୭ ମଧ୍ୟରେ ୨୦ଟି ବୋମା ବିସ୍ଫୋରଣରେ ୫ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାର ଫସି ଯାଇଥିଲେ ମହମ୍ମଦ ଅମିର ଖାନ୍‌ ନାମକ ଜଣେ ଯୁବକ। ପାକିସ୍ତାନର ଏହି ଯୁବକଙ୍କୁ ପୋଲିସ ଆତଙ୍କବାଦୀ ବୋଲି ସନ୍ଦେହ କରି ବାନ୍ଧି ନେଇଥିଲା।  ଦୁନିଆ ତାଙ୍କୁ ଆତଙ୍କବାଦୀ କହି ଧିକ୍କାର କରିଥିଲେ ବି ତାଙ୍କ ହାତ ଛାଡି ନ ଥିଲେ ପ୍ରେମିକା ଆଲିଆ।

ଏବେ ଜେଲ୍‌ରୁ ମୁକୁଳିବା ପରେ କୋହଭରା କଣ୍ଠରେ ନିଜ ଅତୀତକୁ ବଖାଣିଛନ୍ତି ଅମିର। ସେ କହିଛନ୍ତି,“ମୋତେ ୧୮ବର୍ଷ ହୋଇଥିବା ସମୟରେ ପୋଲିସ ମୋତେ ରାସ୍ତାରୁ ଆତଙ୍କବାଦୀ କହି ଉଠାଇ ନେଇଥିଲା। ୨୦୧୨ରେ ୧୪ବର୍ଷ ପରେ ମୁଁ ରୋହତକ ଜେଲରୁ ମୁକୁଳି ଥିଲି। ଭାବିଥିଲି ସବୁ ସରିଯାଇଛି ବୋଲି। ହେଲେ ଯେତେବେଳେ ଜାଣିଲି ଆଲିଆ ଆଜି ବି ମୋ ପାଇଁ ଅପେକ୍ଷା କରି ରହିଛି, କାନ୍ଦି ପକାଇଲି। ମୋ ପିଲାବେଳର ଭଲପାଇବା ବଞ୍ଚିଥିଲା। ଆଉ ଏଇ ଖୁସିରେ ମୁଁ ମୋ ବାକି ଜୀବନ ବିତାଇ ପାରିବି।”

ଏବେ ଦୁହେଁ ବିବାହିତ ଓ ସେମାନଙ୍କର ୪ ବର୍ଷର ପୁଅଟିଏ ମଧ୍ୟ ଅଛି। ବେଶ୍‌ ହସଖୁସିରେ ବିତୁଛି ସେମାନଙ୍କ ସଂସାର।

ଜଣେ ପାକିସ୍ତାନ ଯୁବତୀ ଓ ଜେଲରେ ବନ୍ଦୀ ଥିବା ଭାରତୀୟ ବ୍ୟକ୍ତିଙ୍କ କାହାଣୀ ଥିବା ‘ବୀର ଜାରା’ ସିନେମାକୁ ମନେ ପକାଇ ଅମିର କହନ୍ତି,’ଏଭଳି ଘଟଣା ମୋ ସହିତ ଘଟି ଯାଇଛି। ଯାହାକୁ ମନେ ପକାଇଲେ ଆଜିବି ମୁଁ କାନ୍ଦି ପକାଏ।’

Previous ArticleNext Article

Send this to a friend