ବଢ଼ିଲା ରନ୍ଧନ ଗ୍ୟାସ୍ ସିଲିଣ୍ଡର ଦର

LPG-Cylinders

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଢ଼ିଲା ରନ୍ଧନ ଗ୍ୟାସ୍ ସିଲିଣ୍ଡର ଦର। ଦୀର୍ଘଦିନ ଧରି ରନ୍ଧନ ଗ୍ୟାସରେ ସବସିଡ୍‌ ହ୍ରାସ ହେବା ନେଇ ଚର୍ଚ୍ଚା ଚାଲୁଥିବା ବେଳେ ଆଜି କିନ୍ତୁ ସରକାର ରନ୍ଧନ ଗ୍ୟାସ ଉପରେ ଦର ବୃଦ୍ଧି କରିଛନ୍ତି। ଉଭୟ ସବ୍‌ସିଡି ଏବଂ ନନ୍ ସବ୍‌ସିଡି ସିଲିଣ୍ଡର ଦର ବୃଦ୍ଧି କରିଛନ୍ତି ସରକାର। ସବ୍‌ସିଡିରେ ମିଳୁଥିବା ସିଲିଣ୍ଡର ଦର ପିଛା ୭ଟଙ୍କା ୨୩ ପଇସା ବଢ଼ିଥିବାବେଳେ ନନ୍ ସବସିଡି ସିଲିଣ୍ଡର ଦର ୭୩ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି। ଦର ବୃଦ୍ଧିକୁ ନେଇ ବିପକ୍ଷ ଦଳ ବିରୋଧ କରିଛନ୍ତି। ଏହାସହ ସରକାରଙ୍କ ଏହା ଗରିବ ବିରୋଧୀ ନୀତି ବୋଲି କହି ସମାଲୋଚନା କରିଛନ୍ତି ବିପକ୍ଷ ଦଳ। ବିଶେଷ କରି କଂଗ୍ରେସ,ଏସପି, ଟିଏମସି ଓ ଆର୍‌ଜେଡି ଭଳି ଦଳ ରନ୍ଧନଗ୍ୟାସରେ ଦର ବୃଦ୍ଧିକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି।

Previous ArticleNext Article

Send this to a friend