ଟ୍ରେନ୍‌ରେ ମିଳିବ ପ୍ଲେନ୍‌ର ଆରାମ୍‌: ୨୨ରୁ ଗଡ଼ିବ ‘ତେଜସ୍‌ ଏକ୍ସପ୍ରେସ୍‌’, ରୁଟ୍‌ ବୁଝିବାକୁ ପଢନ୍ତୁ ଏହି ରିପୋର୍ଟ

TEJAS

ମୁମ୍ବାଇରୁ ଗୋଆ ଟ୍ରେନ୍‌ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଖୁସି ଖବର। ଏବେ ଏହି ରୁଟ୍‌ରେ ରେଳଯାତ୍ରୀଙ୍କୁ ଆଉ ଝଟକା ଖାଇବାକୁ ପଡିବ ନାହିଁ। ମିଳିବ ଆରମଦାୟକ ଯାତ୍ରାର ସୁଖଦ ଅନୁଭୂତି। କାରଣ ମୁମ୍ବାଇରୁ ଗୋଆକୁ ଏବେ ୧୬୦ କିଲୋମିଟର ପ୍ରତି ଘଣ୍ଟାରେ ଚାଲିବ ଅତ୍ୟାଧୁନିକ ‘ତେଜସ୍‌ ଏକ୍ସପ୍ରେସ୍‌’। ଏଥିପାଇଁ ୨୦ କୋଚ୍‌ର ପ୍ରଥମ ରେକ୍‌ ପ୍ରସ୍ତୁତ ହୋଇ ସାରିଛି। ଆସନ୍ତା ୨୨ ତାରିଖରୁ ତେଜସ୍‌ ତା’ର ଯାତ୍ରା ଆରମ୍ଭ କରିବ।

ତେଜସ୍‌ରେ ରହିଛି ବାୟୋ ଭ୍ୟାକୁମ ଟଏଲେଟ୍‌, ୱାଟର ଲେଭଲ ଇଣ୍ଡିକେଟର, ଟ୍ୟାପ୍‌ ସେନସର ଏବଂ ହ୍ୟାଣ୍ଡ ଡ୍ରାଏର। ଏପରି ସୁବିଧା ଭାରତୀୟ ରେଳୱେରେ ପ୍ରଥମ ଥର ପାଇଁ ମିଳିବାକୁ ଯାଉଛି।

tejashସପ୍ତାହକୁ ୫ ଦିନ ଏହି ତେଜସ୍‌ ଯାତ୍ରା କରିବ। ମୁମ୍ବାଇର ଛତ୍ରପତି ଶିବାଜୀ ଟମ୍ରିନସ୍‌ (ସିଏସ୍‌ଟି)ରୁ ଏହା ସକାଳ ୫ଟାରୁ ଯାତ୍ରା ଆରମ୍ଭ କରି ଗୋଆର କାରମାଲି ଷ୍ଟେସନ୍‌ରେ ଅପରାହ୍ନ ସାଢେ ଗୋଟାଏରେ ପହଞ୍ଚିବ। ସେହିପରି କାରମାଲି ଷ୍ଟେସନ୍‌ରୁ ଅପରାହ୍ନ ସାଢେ ୨ଟାରୁ ଯାତ୍ରା ଆରମ୍ଭ କରି ସିଏସ୍‌ଟିରେ ରାତି ୧୧ଟାରେ ପହଞ୍ଚିବ।

ଟ୍ରେନ୍‌ର କୋଚ୍‌ରେ ରହିଛି ଚାହା ଓ କଫି ଭେଣ୍ଡିଂ ମେସିନ। ଏହାସହ ମ୍ୟାଗାଜିନ, ସ୍ନାକ୍ସ ଟେବୁଲ, ଏଲସିଡି ସ୍କ୍ରିନ ଏବଂ ୱାଇଫାଇର ରହିଛି ସୁବିଧା।

ରେଳ କୋଚ୍‌ ଫ୍ୟାକ୍ଟିରି (ଆରସିଏଫ୍‌)ର ମହାପ୍ରବନ୍ଧକ ଆରପି ନିବାରିୟା କହିଛନ୍ତି,“ନୂଆ କୋଚ୍‌ ୨୦୦ କିଲୋମିଟର ପ୍ରତି ଘଣ୍ଟାରେ ଯାତ୍ରା କରିପାରିବ। ହେଲେ ରେଳଧାରଣା ଏତେ ଗତିର ରେଳ ଡବା ପାଇଁ ନିର୍ମାଣ ହୋଇ ନ ଥିବାରୁ ଏହାର ଗତିକୁ ୧୬୦ କିଲୋମିଟର ପ୍ରତି ଘଣ୍ଟା ରଖାଯାଇଛି।”

Previous ArticleNext Article

Leave a Reply

Your email address will not be published. Required fields are marked *