ବିଶ୍ୱର ବୟସ୍କ ପ୍ରଧାନମନ୍ତ୍ରୀ ହେଲେ ମହାଥୀର

mahathir-mohamad

କ୍ୱାଲାଲମପୁର: ମହାଥୀର ମହମ୍ମଦ ମାଲେସିଆର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ୯୨ ବର୍ଷ ବୟସରେ ମାଲେସିଆ ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିବା ସହ ଆଜି ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହାସହ ସେ ବିଶ୍ୱର ସବୁଠାରୁ ବୟସ୍କ ବ୍ୟକ୍ତି ଭାବେ ପ୍ରଧାନମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି। ୨୨୨ ସିଟ୍‌ରୁ ମହାଥୀରଙ୍କ ଦଳ ୧୧୩ ସିଟ୍‌ରେ ବିଜୟୀ ହୋଇଛନ୍ତି। ସରକାର ଗଠନ ପାଇଁ ତାଙ୍କୁ ୧୧୨ ଟିସ୍‌ରେ ବିଜୟ ଆବଶ୍ୟକ ଥିଲା।

ସୂଚନାଯୋଗ୍ୟ ଯେ, ମହାଥୀର ୨୨ ବର୍ଷ କ୍ଷମତାରେ ଥିଲେ। ୨୦୦୩ ତାଙ୍କ ଦଳ ନିର୍ବାଚନରେ ପରାଜିତ ହେବା ପରେ କ୍ଷମତାରୁ ବାହାରେ ରହିଥିଲା।

ମହାଥୀରଙ୍କ ଏହି ବିଜୟ ପରେ ମାଲେସିୟାରେ ପୁଣି ଏକ ନୂଆ ସରକାର ଦୀର୍ଘଦିନ କ୍ଷମତାରେ ରହିବା ଆଶା ସଞ୍ଚାର ହୋଇଛି। କାରଣ ମାଲେସିଆ ଇତିହାସ କହୁଛି, ଏଠାରେ ଯେଉଁ ଦଳ କ୍ଷମତାକୁ ଆସେ ଦୀର୍ଘଦିନ ପର୍ଯ୍ୟନ୍ତ ସରକାରରେ ରହିଥାଏ।

ଅନ୍ୟପକ୍ଷରେ ନିର୍ବାଚନରେ କୋରିସନ ନ୍ୟାସନାଲ ଦଳର ପରାଜୟ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ନଜୀବ ରାଜକଙ୍କ ସମସ୍ୟା ବଢ଼ିପାରେ। ମହାଥୀର କହିଛନ୍ତି, “ନଜୀବଙ୍କ ବିରୋଧରେ ଆସିଥିବା ଅଭିଯୋଗର ଯାଞ୍ଚ କରାଯିବା ସହ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ନଜୀବଙ୍କ ଉପରେ Sovereign wealth fund 1 (୧ ଏମ୍‌ଡିବି) ଯୋଜନାରେ କୋଟି କୋଟି ଟଙ୍କା ହଡ଼ପର ଅଭିଯୋଗ ରହିଛି। ବିଜୟ ପରେ ନଜୀବଙ୍କ ଉଦ୍ଦେଶ୍ୟରେ ମହାଥୀର କହିଛନ୍ତି, “ଆମେ ପ୍ରତିଶୋଧ ନେଉନାହୁଁ। କେବଳ ଆଇନ ଅନୁସାରେ ପଦକ୍ଷେପ ନେଉଛୁ।”

Previous ArticleNext Article

Send this to a friend