ମକ୍କା ମସ୍‌ଜିଦ ବିସ୍ଫୋରଣ ଘଟଣାରେ ସବୁ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ହାଇଦ୍ରାବାଦ: ହାଇଦ୍ରାବାଦର ମକ୍କା ମସଜିଦ ବିସ୍ଫୋରଣ ଘଟଣାରେ ସବୁ ଅଭିଯୁକ୍ତ ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି । ତଥ୍ୟ ଓ ପ୍ରମାଣ ଅଭାବରୁ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ସ୍ୱତନ୍ତ୍ର ଏନଆଇଏ କୋର୍ଟ। ହାଇଦ୍ରାବାଦ ବିସ୍ଫୋରଣ ଘଟଣାରେ ସ୍ୱାମୀ ଅସୀମାନନ୍ଦଙ୍କ ସହ ୧୦ଜଣଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଥିଲା। ସେମାନଙ୍କ ମଧ୍ୟରୁ ୫ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଦୁଇଜଣ ଫେରାର ହୋଇଥିଲେ। ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ବିରୋଧରେ ତଦନ୍ତ ପ୍ରକ୍ରିୟା ଜାରି ରହିଥିଲା। ୨୦୦୭ ମେ ୧୮ରେ ହାଇଦ୍ରବାଦରେ ହୋଇଥିବା ଏହି ବିସ୍ଫୋରଣରେ ୯ଜଣ ନିହତ ହୋଇଥିଲେ। ଏଥିରେ ୫୮ଜଣ ଆହତ ହୋଇଥିଲେ। ପ୍ରଥମେ ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ କରିବା ପରେ ଏହି ମାମଲାର ତଦନ୍ତ ସିବିଆଇ କରିଥିଲା। ଏହାପରେ ୨୦୧୧ରେ ଏନ୍‌ଆଇଏ ଏହି ମାମଲାର ତଦନ୍ତ ଭାର ହାତକୁ ନେଇଥିଲା।

Previous ArticleNext Article

Send this to a friend