ମାଳଦୀପରେ ଜରୁରୀ ପରିସ୍ଥିତି: ପୂର୍ବତନ ରାଷ୍ଟ୍ରପତି, ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଗିରଫ

maldives

ନୂଆଦିଲ୍ଲୀ: ପଡ଼ୋଶୀ ମାଳଦୀପରେ ରାଜନୈତିକ ସଙ୍କଟ ଜାରି ରହିଛି। ବର୍ତ୍ତମାନର ରାଷ୍ଟ୍ରପତି ଅବଦୁଲ୍ଲା ୟମିନ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରିଛନ୍ତି। ଏହାସହ ପୂର୍ବତନ ରାଷ୍ଟ୍ରପତି ଅବଦୁଲ୍ଲ ଗୟୁମ୍‌, ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଅବଦୁଲ୍ଲା ସଇଦ ଏବଂ ବିଚାରପତି ଅଲ୍ଲୀ ହମିଦଙ୍କୁ ଗିରଫ କରିନିଆଯାଇଛି।

ଏପରି ଜରୁରୀ ସ୍ଥିତି ୧୫ ଦିନ ପାଇଁ ରାଷ୍ଟ୍ରପତି ଲଗାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ନିଜ ନିଜ ନାଗରିକଙ୍କୁ ମାଳଦୀପ ନଯିବାକୁ ଭାରତ ସରକାର ପରାମର୍ଶ ଦେଇଛନ୍ତି।

Previous ArticleNext Article

Send this to a friend