ମାଲ୍ୟାଙ୍କ ବିରୋଧରେ ରେଡ୍ କର୍ଣ୍ଣର ନୋଟିସ୍ ଜାରି ପାଇଁ ଇଣ୍ଟରପୋଲ୍‌କୁ କହିଲା ଇଡି

malya

ନୂଆଦିଲ୍ଲୀ: ମଦ ବ୍ୟବସାୟୀ ବିଜୟ ମାଲ୍ୟାକୁ ଭାରତ ଫେରାଇ ଆଣିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଇଣ୍ଟରପୋଲର ସାହାଯ୍ୟ ନେବ। ମାଲ୍ୟାଙ୍କ ବିରୋଧରେ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରିବାକୁ ଇଡି ଇଣ୍ଟରପୋଲ୍‌କୁ କହିଛି।

 ସିବିଆଇ ଅଫିସକୁ ମଧ୍ୟ ମାଲ୍ୟାଙ୍କ ବିରୋଧରେ  ରେଡ୍‌ କର୍ଣ୍ଣର ନୋଟିସ୍ ଓ ଗିରଫ ପାଇଁ ଏକ ଚିଠି ପଠାଯାଇଛି।

ଏହାପୂର୍ବରୁ ଇଡି ଭିନ୍ନ ଭିନ୍ନ କମ୍ପାନୀରେ ମାଲ୍ୟାଙ୍କ ଶେୟାର ଫ୍ରିଜ୍‌ କରିବାକୁ ଯୋଜନା କରିଥିଲା। ଏପରି କରାଗଲେ ମାଲ୍ୟା ଅନ୍ୟ କୌଣସି କମ୍ପାନୀରୁ ଟଙ୍କା ନେଇପାରିବେ ନାହିଁ।

 ଦେଶର ୧୭ଟି ବ୍ୟାଙ୍କରୁ ୯ହଜାର କୋଟି ଟଙ୍କା ନେଇ ବିଦେଶରେ ଛପିଥିବା ମାଲ୍ୟାଙ୍କ ସମ୍ପତ୍ତି ସମ୍ପର୍କରେ ଇଡିର ଏକ ଟିମ୍  ଏବେ ଯାଞ୍ଚ କରୁଛି। ନକଲି ଠିକଣାରେ ରେଜିଷ୍ଟର ହୋଇଥିବା  ମାଲ୍ୟାଙ୍କ କିଛି କମ୍ପାନୀ ସମ୍ପର୍କରେ ଇଡି ସୂଚନା ପାଇଛି।

Previous ArticleNext Article

Send this to a friend