ଏମ୍ସ ଯାଇ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ବୁଝିଲେ ମମତା ଓ ନୀତିଶ  

atal-bihari-vajpayee

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏମ୍ସ ଯାଇ ପୂର୍ବ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଏନେଇ ହସ୍ପପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ନୀତି ଆୟୋଗ ବୈଠକରେ ସାମିଲ ହେବାକୁ ମମତା ଓ ନୀତିଶ ଦିଲ୍ଲୀ ଆସିଛନ୍ତି। ସେମାନେ ବୈଠକକୁ ଯିବା ପୂର୍ବରୁ ଏମ୍ସ ଯାଇ ବାଜପେୟୀଙ୍କୁ ଭେଟିଥିଲେ।

ଖବର ମୁତାବକ ୯୩ ବର୍ଷୀୟ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବାକୁ ଲାଗିଛି।  କିଡ୍‌ନୀରେ ସଂକ୍ରମଣ, ଛାତି ଯନ୍ତ୍ରଣା ଓ ପରିସ୍ରା କମ୍‌ ହେବା କାରଣରୁ ୧୧ ଜୁନ୍‌ରେ ବାଜପେୟୀଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା।

Previous ArticleNext Article

Send this to a friend