କାନ୍ଦୁଛି ବାପାର ହୃଦୟ;  ଆଉ କେତେଦିନ ବୀରପୁଅଙ୍କୁ ହରାଇ ଚାଲିଥିବ ଭାରତ

army 1

ବାପା ନିଜ ଲୁହକୁ ଆକଟ କରି ପାରୁନାହାଁନ୍ତି। ମା’ର ବାହୁନା କାନ୍ଦରେ ଫାଟି ପଡୁଛି ପୂରା ପରିବାର। ଆତ୍ମୀୟସ୍ୱଜନଙ୍କ ଆଖିରୁ ଝରି ପଡ଼ୁଛି ଧାର ଧାର ଲୁହ। ସାରା ଗାଁରେ ଖେଳିଯାଇଛି ବିଷାଦର ଛାୟା। ପୁଅ ମାଟି ମାଗ୍ଦର ରକ୍ଷା ପାଇଁ ନିଜ ପ୍ରାଣ ଉତ୍ସର୍ଗ କରିଛି । କିନ୍ତୁ ଏବେବି ପୁଅର ଫେରିବା ବାଟକୁ ଚାହିଁ ରହିଛି ପୂରା ପରିବାର। କାରଣ ସେ ଥିଲେ ପରିବାରର ଏକମାତ୍ର ପୁଅ।

ଜମ୍ମୁ ଓ କାଶ୍ମୀରର କୁପବାଡା ସେନା କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା କାନପୁରର ସଦିଦ୍‌ କ୍ୟାପଟେନ୍‌ ଆୟୁଷ ଯାଦବଙ୍କ ଘରେ। ଆତଙ୍କବାଦୀ ଆକ୍ରମଣରେ ଦେଶ ହରାଇଥିବା ତାର ତିନି ବୀର ପୁଅଙ୍କ ମଧ୍ୟରୁ ଆୟୁଷ ଅନ୍ୟତମ।

ପୁଅ ଆୟୁଷଙ୍କୁ ହରାଇ ଭାଙ୍ଗି ପଡିଛନ୍ତି ବାପା ଅରୁଣ। ଏବେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି, ଆଉ କେତେଦିନ ଯାଏ ଦେଶ ତାର ବୀର ପୁଅଙ୍କୁ ହରାଇ ଚାଲିଥିବ।

 

 

Previous ArticleNext Article

Send this to a friend