ମହିଳା ହଷ୍ଟେଲରେ କିଏ କରୁଛି ଅନ୍ଧାରୀ ବିଜେ ? କ୍ୟାମେରାରେ କଏଦ ହେଲା ରହସ୍ୟ

man-in-hostel

 

ମହିଳା ହଷ୍ଟେଲରେ ପୁରୁଷ । ତାହାପୁଣି ମହିଳାଙ୍କ ଅନ୍ତବସ୍ତ୍ର ପିନ୍ଧି । ଏପରି ଏକ ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି ବାଙ୍ଗାଲୋରର ମହାରାଣୀ କଲେଜର ମହିଳା ହଷ୍ଟେଲ୍‌ରେ। ଏହି ପୁରୁଷ ଜଣକ କିଏ ରହସ୍ୟ ଘେରରେ ରହିଛି । ପ୍ରତିଦିନ ମଧ୍ୟରାତ୍ରିରେ ଜଣେ ପୁରୁଷ ଲଙ୍ଗଳା ହୋଇ ହଷ୍ଟେଲ୍ ପରିସରରେ ପ୍ରବେଶ କରିବା ସହ ମହିଳାଙ୍କ ଅନ୍ତବସ୍ତ୍ର ପିନ୍ଧି ରାତିସାରା ଲୁଚି ରହୁଥିବା  ସିସିଟିଭି ଫୁଟେଜରୁ ଜଣାପଡିଛି । ଏହି ସିସିଟିଭି  ଫୁଟେଜକୁ ଆଧାର କରି କଲେଜ କର୍ତ୍ତୃପକ୍ଷ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ଦାୟର କରିଛି ।

କିଛିଦିନ ତଳେ ହଷ୍ଟେଲର ଛାତ୍ରୀମାନେ ଏହି ବ୍ୟକ୍ତି ଜଣକୁ ନଗ୍ନ ଅବସ୍ଥାରେ ଗେଟ୍‌ ଡେଇଁ ହଷ୍ଟେଲକୁ ପ୍ରବେଶ କରୁଥିବାର ଦେଖି ପାଟି କରିବାରୁ ସେ ଦୌଡି ପଳାଇଥିଲା । ଏହାପରେ ଅଚାନକ ସେଠାରେ ଆଉ କେବେ ସେହି ବ୍ୟକ୍ତିକୁ ଦେଖିବାକୁ ମିଳି ନ ଥିଲା । ତେବେ ଗତ ଫେବ୍ରୁଆରୀରେ ଉକ୍ତ ବ୍ୟକ୍ତିଙ୍କୁ ହଷ୍ଟେଲ ପରିସରରେ ପୁଣିଥରେ ଦେଖିବାକୁ ମିଳିଥିଲା । ତେବେ ଏହି ବ୍ୟକ୍ତି ଜଣକ କିଏ, ସେ କାହିଁକି ଉଲଗ୍ନ ହୋଇ ହଷ୍ଟେଲକୁ ଆସୁଛନ୍ତି,ଏହା ପଛରେ ତାଙ୍କର ଉଦ୍ଦେଶ୍ୟ କଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ । ସମ୍ପୃକ୍ତ ବ୍ୟକ୍ତିକୁ ଧରିବାକୁ ପୋଲିସ ପ୍ରୟାସ ଜାରି ରଖିଥିଲେ ମଧ୍ୟ ସଫଳ ହୋଇନାହିଁ ।

Previous ArticleNext Article

Send this to a friend