ଯୁବତୀଙ୍କୁ ଜାଳି ଦେଲା ପ୍ରେମିକ

fire1

ହାଇଦ୍ରାବାଦ: ସିକନ୍ଦରାବାଦରେ ଘଟିଛି ଏକ ଲୋମଟାଙ୍କୁରା ଘଟଣା। ଯୁବତୀଙ୍କ ଦେହରେ ନିଆଁ ଲଗାଇ ଦେଲା ତଥାକଥିତ ପ୍ରେମିକ। ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଯୁବତୀଙ୍କର ମୃତ୍ୟୁ ହୋଇଯାଇଛି।

ପୋଲିସ୍ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଯୁବତୀ ଜଣଙ୍କ ଏକ ଆଲୁମିନିୟମ ଫ୍ରେବ୍ରିକେସନ୍ ୟୁନିଟ୍‌ରେ ରିସେପ୍‌ସନିଷ୍ଟ ଥିଲେ। ଅଭିଯୁକ୍ତ ତାଙ୍କୁ ଏକ ତରଫା ପ୍ରେମ କରୁଥିଲେ। ସେ ବିଭିନ୍ନ ସମୟରେ ଯୁବତୀ ଜଣଙ୍କୁ ହଇରାଣ କରୁଥିଲେ। ଅଭିଯୁକ୍ତର ବୟସ ପାଖାପାଖି ୨୮ ବର୍ଷ। ସେ ଯୁବତୀ ଜଣଙ୍କୁ ଲାଲାଗୁଡ଼ା ଅଞ୍ଚଳକୁ ଡାକି ଥିଲା। ଯୁବତୀ ଜଣଙ୍କ ସେଠାରେ ପହଞ୍ଚିବା ପରେ ସେ ତାଙ୍କ ଉପରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲା। ଯୁବତୀ ଜଣଙ୍କ ଚିତ୍କାର ଶୁଣି ଆଖାପାଖରେ ଥିବା ଲୋକେ ଧାଇଁ ଆସିଲେ। ତେବେ ସେତେବେଳକୁ ତାଙ୍କ ଶରୀରର ପ୍ରାୟ ୬୦ ପ୍ରତିଶତ ଜଳି ସାରିଥିଲା। ସେମାନେ ନିଆଁ ଲିଭାଇବା ସହିତ ତାଙ୍କୁ ଡାକ୍ତରଖାନା ନେଇଯାଇଥିଲେ। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ପୋଲିସ୍ ଅଭିଯୁକ୍ତର ନାଁ ପ୍ରକାଶ କରି ନାହିଁ। ତାକୁ ଗିରଫ କରାଯାଇଛି ନା ନାହିଁ ସେ ନେଇ ବି ପୋଲିସ୍ କିଛି କହି ନାହିଁ।

ସୌଜନ୍ୟ- ଦୈନିକ ଭାସ୍କର

 

Previous ArticleNext Article

Send this to a friend