ହରିୟାଣା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ହୁଡାଙ୍କ ବିରୋଧରେ ସିବିଆଇର ଚାର୍ଜସିଟ୍

ଚଣ୍ଡିଗଡ: ହରିଆଣା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡାଙ୍କ ବିରୋଧରେ ସିବିଆଇ  ପକ୍ଷରୁ ଚାର୍ଜସିଟ୍ ଦାଖଲ ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ହୁଡାଙ୍କ ସହ ଅନ୍ୟ ୩୪ ଜଣଙ୍କ ବିରୋଧରେ ମଧ୍ୟ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ । ମାନେସର ଜମିଜମା ବିବାଦ ମାମଲାରେ ଏହି ଚାର୍ଜସିଟ୍ ଦାଖଲ ହୋଇଛି । ହୁଡାଙ୍କ ବିରୋଧରେ ଆପରାଧିକ ଷଡ଼ଯନ୍ତ୍ର, ଠକେଇ ଭଳି ମାମଲାରେ ଆଇପିସିର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି । UPSCର ପୂର୍ବତନ ସଦସ୍ୟ ଛତର ସିଂହଙ୍କ ବିରୋଧରେ ମଧ୍ୟ ଚାର୍ଜସିଟ ଦାଖଲ କରିଛି ସିବିଆଇ । ହୁଡାଙ୍କ ବିରୋଧରେ ୪ଶହ ଏକର ଜମି ହେରଫେର କରିଥିବା ଅଭିଯୋଗ ହୋଇଛି। ଏହି ସମସ୍ତ ଜମିକୁ ମାତ୍ର ୧୦୦କୋଟି ଟଙ୍କାରେ ଜମି ମାଲିକଙ୍କଠାରୁ କିଣାଯାଇଛି, ଯାହାରକି ସେତେବେଳର ବଜାର ଦର ଥିଲା ଏକର ପିଛା ୪ କୋଟି ଟଙ୍କା । ଏହି କାରବାରରେ ଜମି ମାଲିକଙ୍କୁ ପ୍ରାୟ ୧୫୦୦ କୋଟି ଟଙ୍କା କ୍ଷତି ହୋଇଥିବା ଚାର୍ଜସିଟରେ ଦର୍ଶାଇଛି ସିବିଆଇ।

Previous ArticleNext Article

Send this to a friend