ସାବାସ୍‌ ଆଇଏଏସ୍‌ ଅଫିସର: ବନ୍ୟା ପାଣିରେ ପଶି ଏମିତି କଲେ କାମ

ias

ନୂଆଦିଲ୍ଲୀ: ମଣିପୁରର ଜଣେ ଆଇଏଏସ୍‌ ଅଧିକାରୀଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ଫଟୋରେ ଆଇଏଏସ୍‌ ଅଧିକାରୀ ଜଣଙ୍କ ବନ୍ୟା ପ୍ରଭାବିତ ଅଞ୍ଚଳରେ ପାଣିରେ ପଶି ଲୋକଙ୍କୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି।  ଆଇଏଏସ୍‌ ଅଫିସରଙ୍କ ଏପରି  ସାହସିକତାକୁ ସମସ୍ତେ ବାଃ ବାଃ କରୁଛନ୍ତି।

ମଣିପୁରରେ ହୋଇଥିବା ବନ୍ୟାରେ ଇମ୍ଫାଲର ପୂର୍ବ ଓ ପଶ୍ଚିମ ଅଞ୍ଚଳର ଥାଉଁବଲ ଓ ବିଶନପୁର ଜିଲ୍ଲାରେ ପାଣି ଭରି ଯାଇଥିଲା। ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ବିଷୟରେ ବୁଝିବା ଲାଗି ସେଠାରେ ବନ୍ୟା ନିୟନ୍ତ୍ରଣ ବିଭାଗରେ ନିୟୋଜିତ ସଚିବ ଦୀଲିପ ସିଂ  ପ୍ରଭାବିତ ଅଞ୍ଚଳରେ ପହଞ୍ଚିଥିଲେ। ଏହାପରେ ସେ ପାଣିରେ ପଶି ଲୋକଙ୍କୁ ଉଦ୍ଧାର କରିବାକୁ ଲାଗିଯାଇଥିଲେ।

ଫଟୋରେ ବାଉଁଶ ଧରି  ନୀଳ ରଙ୍ଗର ସାର୍ଟ୍‌ ପିନ୍ଧି ଠିଆ ହୋଇଥିବା ଯୁବକ ଜଣଙ୍କ ହେଉଛନ୍ତି ଆଇଏଏସ୍‌ ଦୀଲିପ ସିଂ। ବନ୍ୟା ପୀଡିତଙ୍କୁ  ଉଦ୍ଧାର ଲାଗି ତାଙ୍କ ସହ ଅନ୍ୟ ଲୋକମାନେ ମଧ୍ୟ ଅଛନ୍ତି। ସ୍ଥାନୀୟ ଲୋକଙ୍କ ମଧ୍ୟରୁ କେହି ଏହି ଫଟୋକୁ ସୋସିଆଲ ମିଡିଆରେ ଛାଡିବା ପରେ ଏହା ଭାଇରାଲ ହେବାକୁ ଲାଗିଛି।  ଆଇଏଏସ୍‌ ଅଫିସରଙ୍କ ଏଭଳି କାର୍ଯ୍ୟକୁ ସମସ୍ତେ ପ୍ରଂଶସା କରୁଛନ୍ତି।

ବଲିଉଡ ଅଭିନେତା ବୋମାନି ଇରାନି ଟ୍ୱିଟ୍‌ କରି  ଆଇଏଏସ୍‌ ଅଧିକାରୀଙ୍କୁ ପ୍ରଂଶସା କରିଛନ୍ତି।

Previous ArticleNext Article

Send this to a friend