କଟା ଗୋଡ଼କୁ ଆହତଙ୍କ ମୁଣ୍ଡତଳେ ତକିଆ କରି ରଖିଦେଲେ ଡାକ୍ତର

Jhansi medical college

ଝାନ୍‌ସୀ: ମେଡିକାଲ କର୍ତ୍ତୃପକ୍ଷଙ୍କ ଖାମଖିଆଲର ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଝାନ୍‌ସୀରେ। କଟା ଗୋଡ଼କୁ ଆହତଙ୍କ ମୁଣ୍ଡ ତଳେ ରଖିଦେଇଛନ୍ତି ଡାକ୍ତର। ଏପରି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶ ଝାନସୀର ମହାରାଣୀ ଲକ୍ଷ୍ମୀବାଈ ମେଡିକାଲ କଲେଜ୍‌ରେ।

ସଡ଼କ ଦୁର୍ଘଟଣାର ଶିକାର ହୋଇ ଜଣେ ଯୁବକ ଚିକିତ୍ସା ପାଇଁ ମେଡିକାଲ କଲେଜକୁ ଆସିଥିଲେ। ଆହତଙ୍କ ଗୋଡ ନଷ୍ଟ ହୋଇ ଯାଇଥିବାରୁ ଡାକ୍ତରଙ୍କୁ ଏହାକୁ ଆଣ୍ଠୁଠାରୁ ତଳକୁ କାଟିବାକୁ ପଡିଥିଲା। ହେଲେ ଡାକ୍ତର ଦାୟିତ୍ୱହୀନ ଭାବେ ଉକ୍ତ କଟା ଗୋଡ଼କୁ ଆହତଙ୍କ ମୁଣ୍ଡତଳେ ତକିଆ କରି ରଖିଦେଇଥିଲେ।

ଘଟଣା ଜଣାପଡ଼ିବା ବିଭିନ୍ନ ମହଲରୁ ଏହାର କଡ଼ା ନିନ୍ଦା କରାଯାଇଛି। ଏହାପରେ ତତ୍ପରତା ଦେଖାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୪ ଜଣ ମେଡିକାଲ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ମନ୍ତ୍ରୀ ‌ଆଶୁତୋଷ ଟଣ୍ଡନ। ଯେଉଁଥିରେ ୨ ଜଣ ଡାକ୍ତର ରହିଛନ୍ତି।

Previous ArticleNext Article

Send this to a friend