ଫ୍ଲିପ୍‌କାର୍ଟର ବମ୍ପର ସେଲ୍: ସ୍ମାର୍ଟଫୋନରେ ୧୬ ହଜାର ଟଙ୍କା ପର୍ଯ୍ୟନ୍ତ ଡିସ୍‌କାଉଣ୍ଟ

flipkart-sale

ନୂଆଦିଲ୍ଲୀ(ଓଡ଼ିଶାରିପୋର୍ଟର): ଫିଲ୍ପକାର୍ଟରେ ଚାଲିଛି ୩ ଦିନିଆ ବମ୍ପର ସେଲ୍। ଆଜି ଠାରୁ ୯ ତାରିଖ ଯାଏଁ ଏହି ସେଲ ଚାଲୁ ରହିବ। ଏହି ବମ୍ପର ସେଲ୍‌ରେ ସ୍ମାର୍ଟ ଫୋନ୍, ହେଡ୍ ଫୋନ୍, ପାୱାର ବ୍ୟାଙ୍କ୍, କ୍ୟାମେରା ଓ ଲାପଟପ୍ ପରି ଅନେକ ପ୍ରଡକ୍ଟରେ ବେଶ୍ ଭଲ ଡିସ୍‌କାଉଣ୍ଟ ମିଳୁଛି।

ଯଦି ଆପଣ ମୋବାଇଲ କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର। କାରଣ ସ୍ମାର୍ଟ ଫୋନ୍ ଉପରେ ମିଳୁଛି ୧୬୦୦୦ ଟଙ୍କ ପର୍ଯ୍ୟନ୍ତ ରିହାତି । ଆସନ୍ତୁ ଜାଣିବା ଆଉ କ’ଣ ସବୁ ଅଫର ରହିଛି।

– Xaomiର ନୂଆ ସ୍ମାର୍ଟ ଫୋନ୍ MI A1 ଉପରେ ୨,୦୦୦ ଟଙ୍କାର ରିହାତି।

– samsung galaxy On Nxt ୬୪ ଜିବି ଭାରିଆଣ୍ଟ ଉପରେ ୫,୦୦୦ ଟଙ୍କାର ରିହାତି।

– ୧୨ହଜାର ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ଅଫର।

– samsung galaxy S7 ରେ ମିଳୁଛି ୧୬,୦୦୦ ଟଙ୍କା ରିହାତି।

– ଫ୍ଲିପକାର୍ଟର ବିଲିୟନ୍ କ୍ୟାପଚର ପ୍ଲସ୍‌ ସ୍ମାର୍ଟ ଫୋନ୍‌ରେ ୧,୦୦୦ ଟଙ୍କା ରିହାତି। ଏହି ଅଫର ସହ ଫୋନ୍‌କୁ ୧୦,୯୯୯ ଟଙ୍କାରେ କିଣା ଯାଇପାରିବ।

– lenovo fav2ର ମୂଲ୍ୟ ୧୦,୯୯୦ ଟଙ୍କାରୁ  କମି ୮,୪୯୯ ଟଙ୍କା ହୋଇଯାଇଛି।

– Panasonic Ray Max  ସ୍ମାର୍ଟଫୋନ ଉପରେ ରହିଛି ୨,୫୦୦ ଟଙ୍କାର ରିହାତି।  ଅର୍ଥାତ୍‌ ଆପଣ ଏହି ମୋବାଇଲକୁ ମାତ୍ର ୮,୯୯୯ ଟଙ୍କାରେ କିଣିପାରିବେ।

– samsung J3 Proରେ ମିଳୁଛି ୬,୯୯୦ ଚଙ୍କାର ରିହାତି।

Previous ArticleNext Article

Send this to a friend