ବିବାଦରେ ମେଲାନିଆଙ୍କ ଜ୍ୟାକେଟ୍‌: ଟ୍ରମ୍ପ ଦେଲେ ସଫେଇ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ ମେଲାନିଆଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଆଉ ଏହି ଚର୍ଚ୍ଚା ପଛରେ ରହିଛି ମେଲାନିଆ ପିନ୍ଧିଥିବା ଜ୍ୟାକେଟ୍। ନିକଟରେ ଆମେରିକା-ମେକ୍ସିକୋ ସୀମାରେ ଥିବା ପ୍ରବାସୀ ପିଲାଙ୍କୁ ଭେଟିବା ପାଇଁ ଯାଇଥିବା ସମୟରେ ମେଲାନିଆ ଏକ ସବୁଜ ରଙ୍ଗର ଜ୍ୟାକେଟ୍‌ ପିନ୍ଧିଥିଲେ। ଏହି ଜ୍ୟାକେଟ୍‌ ପଛରେ ଲେଖାଥିଲା- I REALLY DON’T CARE, DO U?

ଆଉ ଏହାକୁ ନେଇ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏପରି ଲୋଖାଥିବା ଜ୍ୟାକେଟ୍‌ ସେ କାହିଁକି ପିନ୍ଧିଲେ ଓ କାହାକୁ ଏହା ଇଙ୍ଗିତ କରୁଥିଲେ ତାହା ଉପରେ ଆଲୋଚନା ଜୋର ଧରିଥିଲା।

ଏଭଳି ଆଲୋଚନାକୁ ଦେଖି ଆମେରିକାର ପ୍ରଥମ ମହିଳା ମୁଖପାତ୍ର ଷ୍ଟେଫ୍‌ନି ଗ୍ରିଶମ୍‌ କହିଥିଲେ, ‘ଜ୍ୟାକେଟ୍‌ରେ କିଛି ବାର୍ତ୍ତା ରହିନାହିଁ। ଏହା କେବଳ ଏକ ଜ୍ୟାକେଟ୍‌। ମେଲାନିଆଙ୍କ ପୋଷାକ ଉପରେ ମିଡିଆ ତାର ସମସ୍ତ ଧ୍ୟାନ ନଦେଉ।’

ଟେକ୍ସାସରେ ପହଞ୍ଚିବା ପରେ ମେଲାନିଆ ଏହି ଜ୍ୟାକେଟ୍‌କୁ କାଢି ଆଉ ଏକ ଜ୍ୟାକେଟ୍‌ ପିନ୍ଧିଥିଲେ। କିନ୍ତୁ ହ୍ୱାଇଟ୍‌ ହାଉସ୍‌ ଯିବା ସମୟରେ ସେ ପୁଣି ସେହି ଜ୍ୟାକେଟ୍‌ ପିନ୍ଧିଥିଲେ।

ବଢୁଥିବା ଦ୍ୱନ୍ଦ୍ୱ ଏବଂ ଆଲୋଚନାକୁ ଦେଖି ମେଲାନିଆ ହ୍ୱାଇଟ୍‌ହାଉସ୍‌କୁ ଫେରିବାର କିଛି ସମୟ ପରେ ଟ୍ରମ୍ପ ଏକ ଟ୍ୱିଟ୍‌ କରିଥିଲେ। ସେ ଲେଖିଥିଲେ- “ମେଲାନିଆଙ୍କ ଜ୍ୟାକେଟ୍‌ ପଛରେ ଲେଖାଥିବା ବାର୍ତ୍ତାଟି ମିଛ ନ୍ୟୁଜ୍‌ ପ୍ରସାର କରୁଥିବା ଗଣମାଧ୍ୟମ ପାଇଁ ଉଦ୍ଧିଷ୍ଟ ଥିଲା। ମେଲାନିଆ ଜାଣିଥିଲେ ଯେ ଏମାନେ କେତେ ନକଲି। ତେଣୁ ସେ ଏବେ ସସବୁକୁ ଖାତିର କରୁନାହାଁନ୍ତି।”ଜଣାଇଦେଉଛୁ, ଯେ ମେଲାନିଆଙ୍କ ଜ୍ୟାକେଟ୍‌ ଜାରା ବ୍ରାଣ୍ଡର ଯାହାର ମୂଲ୍ୟ ହେଉଛି ୩୯ଡଲାର।

Previous ArticleNext Article

Send this to a friend