ହୋମ୍‌ସାଇନ୍‌ସ ପଢ, ରୋଷେଇ ଶିଖ: ପୁଅଙ୍କୁ ପରାମର୍ଶ ଦେଲେ ସୁଷମା ସ୍ୱରାଜ

COOKING

ପୁଅମାନେ ରୋଷେଇ ଶିଖନ୍ତୁ। କଲେଜ୍‌ରେ ପୁଅଙ୍କୁ ମଧ୍ୟ ପଢାଯାଉ ହୋମ୍‌ ସାଇନ୍‌ସ ବିଷୟ। ଏଭଳି କିଛି ବିତର୍କିତ ପରାମର୍ଶ ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ। କେବଳ ସେତିକି ନୁହେଁ ଝିଅମାନେ ସାହାସୀ ହେବା ପରେ ମାର୍ଶାଲ୍‌ ଆର୍ଟ ଶିଖିବାକୁ ସେ ପରାମର୍ଶ ଦେଇଛନ୍ତି। ଭାରତୀୟ ସଂସ୍କୃତି ଓ ପରମ୍ପରାରେ ନାରୀମାନଙ୍କ ସ୍ୱତନ୍ତ୍ର ସ୍ଥାନ ରହିଛି । ପରିବାରର ସମସ୍ତ ବୋଝକୁ ନାରୀ ନିଜ ମୁଣ୍ଡକୁ ନେଇଥାନ୍ତି। କେତେବେଳେ ନାରୀ ମା’ ରୂପରେ ତ କେତେବେଳେ ଭଉଣୀ ରୂପରେ ପୁରୁଷକୁ ସବୁକ୍ଷେତ୍ରରେ ସାହାଯ୍ୟ କରିଥାଏ।

ପୂର୍ବରୁ ମହିଳାମାନେ କେବଳ ଗୋଟିଏ ଘର ଭିତରେ ସୀମିତ ରହୁଥିଲେ। ବାହାରକୁ ବାହାରିବା ପାଇଁ ମହିଳାଙ୍କୁ ଥିଲା ଶକ୍ତ ବାରଣ। କିନ୍ତୁ ଏବେ ସମୟ ବଦଳିଛି, ଯୁଗ ବି ବଦଳିଛି ଆଉ ଏହି ସମୟ ସାଙ୍ଗରେ ତାଳ ଦେଇ ନିଜକୁ ବଦଳାଇଛନ୍ତି ମହିଳାମାନେ। ଆଉ ନିଜର ପରିବର୍ତ୍ତିତ  ଜୀବନଶୈଳୀକୁ ନେଇ ନିଜ ପାଇଁ ସୃଷ୍ଟି କରିଛନ୍ତି ଏକ ସ୍ୱତନ୍ତ୍ର ପରିଚୟ।  ନାରୀ ସମାଜକୁ ଏହି ଧାରାରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ଦେଶର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ। ମହିଳା ସଶକ୍ତୀକରଣ ସମୀକ୍ଷା ବୈଠକରେ ମନ୍ତ୍ରୀସ୍ତରୀୟ କମିଟିକୁ ଏହି ସୁପାରିଶ କରିଛନ୍ତି ସୁଷମା। ଅନ୍ୟପକ୍ଷରେ ସହରାଂଚଳ ବିକାଶ ମନ୍ତ୍ରୀ ଭେଙ୍କେୟାନାଇଡୁ କହିଛନ୍ତି ଅଧିକରୁ ଅଧିକ ମହିଳା ବ୍ୟବସାୟ ଦିଗରେ ଆଗେଇ ଆସିବା ଉଚିତ୍‌। ଏଥିପାଇଁ ସରକାର ସହଜ ଋଣ ବ୍ୟବସ୍ଥା କରିବାକୁ ଯୋଜନା କରୁଥିବା ସେ କହିଛନ୍ତି।

Previous ArticleNext Article

Send this to a friend