ଏମଆଇ ଫ୍ୟାନ୍ ଫେଷ୍ଟିଭାଲ: Redmi Note 5 Pro, Mi MIX 2, Redmi Y1 ସମେତ ଅନେକ ଫୋନ୍‌ରେ ଆକର୍ଷଣୀୟ ଅଫର୍

ନୂଆଦିଲ୍ଲୀ: ଚାଲିଛି ସାଓମି “ଫ୍ୟାନ୍‌ ଫେଷ୍ଟିଭାଲ ୨୦୧୮”। ଏହି ଫେଷ୍ଟିଭାଲରେ ସାଓମି ଅନେକ ମୋବାଇଲ ସେଟ୍‌ରେ ଆକର୍ଷଣୀୟ ଅଫର ଦେଉଛି। ଏହି ଅଫର ୬ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ। ଫେଷ୍ଟିବାଲରେ ସ୍ପେସାଲ ଡିସକାଉଣ୍ଟରେ ମିଳୁଥିବା ଫୋନ୍‌ଗୁଡ଼ିକ ମଧ୍ୟରେ Redmi Note 5 Pro, Redmi Note 5, Redmi 5, Redmi Y1, Redmi Y1 Lite, Redmi 4, Mi MIX 2, Mi Max 2 ଓ Redmi 5A ସାମିଲ ରହିଛି।

କେଉଁ ଫୋନ୍‌ କେତେରେ ମିଳୁଛି?

୧. Mi MIX 2 ସ୍ମାର୍ଟପୋନ୍ ୨୯,୯୯୯ ଟଙ୍କାରେ ମିଳୁଛି। ଏହାର ପ୍ରକୃତ ମୂଲ୍ୟ ହେଲା ୩୨,୯୯୯ ଟଙ୍କା।

୨. Mi Max 2ର ମୂଲ୍ୟ ୧୩,୯୯୯ ଟଙ୍କା ହୋଇଥିବାବେଳେ, ଫ୍ୟାନ ଫେଷ୍ଟିଭାଲରେ ଏହା ୧୨,୯୯୯ ଟଙ୍କାରେ ମିଳୁଛି।

୩. Redmi 4 ୬,୯୯୯ ଟଙ୍କାରେ ମିଳୁଛି। ଏହାର ପ୍ରକୃତ ମୂଲ୍ୟ ହେଉଛି ୭,୪୯୯ ଟଙ୍କା।

ଲିମିଟେଡ ପିରିୟଡ ଅଫରରେ Redmi Note 5 Proକୁ କମ୍ପାନୀ ୧୬,୯୯୯ ଟଙ୍କାରେ ବିକ୍ରି କରିବ। ଏହାସହ ଏମଆଇ ଇୟରଫୋନ୍ ମଧ୍ୟ ମିଳିବ। ଏହି କମ୍ବୋ ଅଫର୍ ଶୁକ୍ରବାର ଦିନ ୧୨ଟାରୁ ଉପଲବ୍ଧ ହେବ। ଏହି କମ୍ବୋ ବ୍ୟତୀତ ଆହୁରି ଅନେକ କମ୍ବୋ ଅଫର ରହିଛି।

୭,୫୦୦ ଟଙ୍କାରୁ ଅଧିକ ଟଙ୍କାର ସପିଙ୍ଗ୍ କଲେ ଆପଣଙ୍କୁ ଏସବିଆଇ କାର୍ଡ଼ରେ ୫ ପ୍ରତିଶତ ଇନ୍‌ଷ୍ଟାଣ୍ଟ୍ ଡିସ୍‌କାଉଣ୍ଟ ମିଳିବ। କାର୍ଡ଼ରେ ମିଳୁଥିବା ଡିସକାଉଣ୍ଟ ଇଏମଆଇ ଟ୍ରାଞ୍ଜାକ୍ସନରେ ମଧ୍ୟ ମିଳିବ। ଇଏମାଇରେ ୧୪ ପ୍ରତିଶତ ସୁଧ ଲାଗିବ।

Previous ArticleNext Article

Send this to a friend