କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ ସମ୍ଭାବନା: ମୋଦିଙ୍କ ଚୀନ ଗସ୍ତ ପୂର୍ବରୁ ହୋଇପାରେ ନିଷ୍ପତ୍ତି

Arun-Jaitley-Amit-Shah-Narendra-Modi

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଆଗକୁ କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ସମ୍ଭାବନା ଚର୍ଚ୍ଚା ହେଉଥିବା ବେଳେ ଆଜି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଘରେ ଦଳୀୟ ମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ୮ ଜଣ କେନ୍ଦ୍ରମନ୍ତ୍ରୀ ଯୋଗଦେଇଥିଲେ। ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, କେନ୍ଦ୍ର ବାଣିଜ୍ୟ ରାଷ୍ଟ୍ରମନ୍ତ୍ରୀ ନିର୍ମଳା ସୀତାରମଣ, ନରେନ୍ଦ୍ର ସିଂ ତୋମାର, ଜିତେନ୍ଦ୍ର ସିଂହ, ବିପି ଚୌଧୁରୀ ଏବଂ ଅନ୍ୟ କେନ୍ଦ୍ରମନ୍ତ୍ରୀ ଏହି ବୈଠକରେ ସାମିଲ ହୋଇଥିଲୋ। ବ୍ରିକ୍ସ ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ଚୀନ ଗସ୍ତ କରିବେ। ଏହା ପୂବରୁ କୌଣସି ମୂହୁର୍ତ୍ତରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ହେବାର ସମ୍ଭାବନା ରହିଛିା ତେବେ ଏଭଳି ଖବରକୁ ବୈଠକରେ ଯୋଗ ଦେଇଥିବା ମନ୍ତ୍ରୀମାନେ ଖଣ୍ଡନ କରିଛନ୍ତି। ଆଗାମୀ ଗୁଜରାଟ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି ନେଇ ଆଲୋଚନା ହୋଇଥିବା ସେମାନେ କହିଛନ୍ତି। ୧୮୨ ଆସନ ବିଶିଷ୍ଟ ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ବିଜେପିର ଟାର୍ଗେଟ ୧୫୦ ଅଛି।

Previous ArticleNext Article

Send this to a friend