ସୁକମା ହମ୍‌ଲାରେ ସହିଦ ହେଲେ ଓଡ଼ିଆ ପୁଅ, ଜାଣନ୍ତୁ ସେ କିଏ, ଠିକଣା କେଉଁଠି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଛତିଶଗଡ଼ ସୁକମା କିସ୍ତାରାମ ଅଞ୍ଚଳରେ ହୋଇଥିବା ମାଓବାଦୀଙ୍କ ଆକ୍ରମଣରେ ୯ ଜଣ ଯବାନ ସହିଦ ହୋଇଥିଲେ। ସେମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଅଛନ୍ତି। ତାଙ୍କ ନାଁ ହେଉଛି ମନୋରଞ୍ଜନ ଲେଙ୍କା। ତାଙ୍କ ଘର ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ରେବଣା ନୂଆଗାଁର। ମନୋରଞ୍ଜନ ହେଉଛନ୍ତି ଦୁର୍ଯୋଧନ ଲେଙ୍କାଙ୍କ ପୁଅ।

ମାଓବାଦୀଙ୍କ ଆକ୍ରମଣରେ ମନୋରଞ୍ଜନ ସହିଦ୍‌ ହୋଇଥିବା ନେଇ ଖବର ପ୍ରକାଶ ପାଇବା ପରେ ଜନ୍ମମାଟିରେ ଶୋକର ଛାଇ ଖେଳି ଯାଇଛି।  ସୂଚନା ଅନୁସାରେ ସିଆର୍‌ପିଏଫ୍‌ର ୨୧୨ ଇଟାଲିଅନ୍‌ ସୁକମା ଜିଲ୍ଳାର କିଷ୍ଟାରାମ୍‌ ଅଞ୍ଚଳକୁ କମ୍ବିଂ ଅପରେସନରେ ଯାଇଥିବା ଏକ ପାଟ୍ରୋଲିଂ ଦଳକୁ ମାଓବାଦୀମାନେ ଟାର୍ଗେଟ କରିଥିଲେ।

ଏକ ଆଣ୍ଟି -ଲ୍ୟାଣ୍ଡମାଇନ୍‌ ଯାନରେ ଯବାନମାନେ କିଷ୍ଟାରାମ୍‌ରୁ ପାଲୋଡି ଯାଉଥିବା ବେଳେ ମାଓବାଦୀମାନେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଦେଇଥିଲେ।  ଏଥିରେ ୯ ଯବାନ ସହିଦ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି।  ସହିଦ ଅନ୍ୟ ଯବାନମାନେ ହେଲେ ଏଏସ୍‌ଆଇ ଆରକେଏସ୍‌ ତୋମାର୍‌, କନେଷ୍ଟବଳ ଅଜୟ କୁମାର ଯାଦବ, ଜିତେନ୍ଦ୍ର ସିଂ, ଶୋଭିତ କୁମାର ଶର୍ମା, ମନୋଜ ସିଂହ, ଧର୍ମେନ୍ଦ୍ର ସିଂହ, ଚନ୍ଦ୍ର.ଏଚ.ଏସ୍‌  ଏବଂ ହେଡ୍‌ କନଷ୍ଟେବଳ ଲକ୍ଷ୍ମଣ। ‌ଆହତ ଦୁଇଜଣ ହେଲେ ମଦନ କୁମାର ଏବଂ ରାଜେଶ କୁମାର।

Previous ArticleNext Article

Send this to a friend