ଭାରତୀୟ ଜାତୀୟ ପତାକାକୁ ଫୋପାଡ଼ିଲେ ଚାଇନା ଅଧିକାରୀ

ନୂଆଦିଲ୍ଲୀ: ଭାରତୀୟ ଜାତୀୟ ପତାକାକୁ ଅସମ୍ମାନ। ଚାଇନା ଅଫିସିଆଲ ଏଭଳି ହୀନକାମ କରିଛନ୍ତି। ୟୁପିର ନୋଏଡାରେ ଥିବା ଓପୋ ଅଫିସର ପ୍ରାୟ ୨ ହଜାର କର୍ମଚାରୀ ମଙ୍ଗଳବାର ଏଭଳି ଅଭିଯୋଗ ଆଣିଛନ୍ତି। ଓପୋ ଏକ ଚାଇନା ମୋବାଇଲ ତିଆରି କମ୍ପାନୀ ହୋଇଥିଲା ବେଳେ ଏହାର କାର୍ଯ୍ୟାଳୟ  ନୋଏଡାରେ  ରହିଛି। ଉକ୍ତ କାର୍ଯ୍ୟାଳୟର କେତେକ ଚାଇନା କର୍ମଚାରୀ ଭାରତୀୟ ଜାତୀୟ ପତାକାକୁ ଡଷ୍ଟବିନ୍‌ରେ  ଫୋପାଡ଼ିବାକୁ ନେଇ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି।

ଉକ୍ତ କମ୍ପାନୀରେ କାର୍ଯ୍ୟକରୁଥିବା ୨ ହଜାର କର୍ମଚାରୀ ରାସ୍ତାକୁ ଆସି ଚାଇନା ବିରୋଧରେ ନାରାବାଜି କରିଥିଲେ। ‘ଭାରତ ମାତାକୀ’ ଜୟ ଧ୍ୱନିରେ କମ୍ପିଥିଲା ସମଗ୍ର ଅଞ୍ଚଳ। ଏପରିକି ମୋଦି ମୋଦି ନାମରେ ପ୍ରକମ୍ପତି ହୋଇଥିଲା। ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Previous ArticleNext Article

Send this to a friend