ଲମ୍ବା କଥାରେ ଲାଗିବ ବ୍ରେକ୍‌: ମହଙ୍ଗା ହେବ ମୋବାଇଲ୍‌ ଓ କଲ୍‌ଚାର୍ଜ

mobile-users

ନୂଆଦିଲ୍ଲୀ: କିଛିଦିନ ଅନ୍ତରରେ ସ୍ମାର୍ଟଫୋନ ଚେଞ୍ଜ କରିବା ଆଜିର ଯୁବପୀଢିଙ୍କ ପାଇଁ ଫ୍ୟାସନ୍‌ରେ ପରିଣତ ହୋଇଗଲାଣି। ହେଲେ ଏବେ ଆଉ ଏହି ଫ୍ୟାସନ୍‌ ଦେଖିବାକୁ ମିଳିବ ନାହିଁ। କାରଣ ସ୍ମାର୍ଟଫୋନ ମହଙ୍ଗା ହେବାକୁ ଯାଉଛି। ଏହାସହ କମ୍ପ୍ୟୁଟର ମଧ୍ୟ ମହଙ୍ଗା ହେବ। ଶ୍ରୀନଗରରେ ବସିଥିବା ଜିଏସ୍‌ଟି କାଉନସିଲ୍ ବୈଠକର ଦ୍ୱିତୀୟ ଦିନରେ କିଛି ସାମଗ୍ରୀ ଉପରେ ଟିକସ ନିର୍ଦ୍ଧାରଣ କରାଯାଇଛି। ବିଶେଷ କରି ସ୍ମାର୍ଟଫୋନ ଓ କମ୍ପ୍ୟୁଟର ସାମଗ୍ରୀ ଉପରେ ଅଧିକ ଜିଏସ୍‌ଟି ପଡିବାର ସମ୍ଭାବନା ରହିଛି। ନିର୍ଦ୍ଧାରିତ ଟିକସ୍‌ ଅନୁସାରେ ଟେଲିକମ୍ ସେକ୍ଟର ଉପରେ ୧୮ ପ୍ରତିଶତ ଅଧିକ କର ପଡିପାରେ।

ଟିକସ୍‌ ଦେଉଥିବା ବ୍ୟବସାୟୀଙ୍କୁ ଜୁଲାଇ ୧ ତାରିଖରୁ ନୂଆ ଦର ସହ ଜିଏସ୍‌ଟି ପ୍ରଦାନ କରିବାକୁ ବଡିବ।

ଟେଲିକମ୍‌ ସେକ୍ଟରରେ ୧୫ ପ୍ରତିଶତ ଟିକସ୍‌ ବ୍ୟବସ୍ଥା ରହିଛି। ଜିଏସ୍‌ଟି ଲାଗୁ ପରେ ଏହା ବଢି ୧୮ ପ୍ରତିଶତ ହୋଇଯିବ। ଏହାଦ୍ୱାରା ଭାରତରେ ନିର୍ମାଣ ହେଉଥିବା ମୋବାଇଲ ହ୍ୟାଣ୍ଡସେଟ୍‌ର ଦର ବଢିବ। ପୂର୍ବରୁ ହ୍ୟାଣ୍ଡସେଟ୍‌ରେ ୭.୫ରୁ ୮ ପ୍ରତିଶତ କର ଲାଗୁଥିଲା। ଜିଏସ୍‌ଟି ଲାଗୁ ପରେ ଏହା ବଢି ୧୨ ପ୍ରତିଶତ ହୋଇଯିବ। ଯାହାର ପ୍ରଭାବ ମୋବାଇଲ୍‌  ଉପରେ ପଡିବ। ଆଇଟି ସୂଚନା ଅନୁସାରେ ୧୦୦୦ ଟଙ୍କା ବିଲ୍‌ ଉପରେ ଜିଏସ୍‌ଟି ଲାଗୁ ହେବା ପରେ ୧୦୩୦ ଟଙ୍କା ଦେବାକୁ ପଡିବ। ଏହି କାରଣରୁ ଫୋନ୍ ଦର ୧୫ରୁ ୨୫ ପ୍ରତିଶତ ବଢିପାରେ।

Previous ArticleNext Article

Leave a Reply

Your email address will not be published. Required fields are marked *