ଆଜି ମୋଦି କିଛି ଖାଇଲେନି କି, ପିଇଲେନି

ନୂଆଦିଲ୍ଲୀ: ପାର୍ଲାମେଣ୍ଟରେ ବିରୋଧୀଙ୍କ ଅଚଳାବସ୍ଥାର ପ୍ରତିବାଦରେ ଆଜି ଦିନକ ପାଇଁ ଉପବାସ ରହି ପ୍ରତିବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।   ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଧୋଇ ଯାଇଥିଲା ତେଣୁ ବିରୋଧୀ ଦଳଙ୍କ ଏପରି  କାର୍ଯ୍ୟକୁ ଗଣତନ୍ତ୍ର ପ୍ରତି ବିପଦ ବୋଲି କହି ମୋଦି ଏହି ଅନଶନ କରିଛନ୍ତି । ମୋଦିଙ୍କୁ ସମର୍ଥନ ଜଣାଇ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ମଧ୍ୟ କର୍ଣ୍ଣାଟକରେ ଅନଶନ କରିଛନ୍ତି ।  ସେହିଭଳି ସାରା ଦେଶରେ ବିଜେପି ସାଂସଦମାନେ ନିଜ ନିଜ ଅଞ୍ଚଳରେ ଅନଶନରେ  ବସିଛନ୍ତି । ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଜେପି ନେତାମାନେ ମଧ୍ୟ ଅନଶନ କରି ପ୍ରତିବାଦ ଜଣାଇଛନ୍ତି ।

Previous ArticleNext Article

Send this to a friend